ପୋଲିସ କୁ ଖୋଲା ଚ୍ୟାଲେଞ୍ଜ । ନବରଙ୍ଗପୁର ଜିଲ୍ଲାରେ ଥମୁନି କଳା ମୁଖା ପିନ୍ଧା ଦୁର୍ବୁର୍ତ ଙ୍କ ଆତଙ୍କ । ଜିଲ୍ଲାର ବ୍ୟବସାୟିକ ପେଣ୍ଠସ୍ଥଳି ଉମରକୋଟ ଚାଷୀ ଙ୍କ ଘରେ ଡକାୟତ ର ଚବିଶ ଘଣ୍ଟା ନପୁରୁଣୁ ଡକାୟତ ଙ୍କ ଟାର୍ଗେଟ ରେ ବ୍ୟବସାୟୀ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁରର ବ୍ୟବସାୟୀ ଙ୍କ ଘରେ କଳା ମୁଖା ପିନ୍ଧା ଡକାୟତ ଙ୍କ ରାତି ଅଧରେ ଲୁଟ । ମୈଦଲପୁର ସଦର ଥାନା ଅନ୍ତର୍ଗତ କାଶୀନାଥ ଗୁପ୍ତା ନାମକ ଏକ ବ୍ୟବସାୟୀ ଙ୍କ ଘରେ ଲୁଟ । ଗତକାଲି ବିଳମ୍ବିତ ରାତିରେ ମୈଦଲପୁରର ବ୍ୟବସାୟୀ କାଶୀନାଥ ଗୁପ୍ତା ଓ ତାଙ୍କ ପୁଅ ବିକାଶ ଗୁପ୍ତା ଘରେ ଶୋଇଥିବା ବେଳେ ୭ ରୁ ୮ ଜଣ ମୁଖା ପିନ୍ଧା ଦୁର୍ବୁର୍ତ୍ତ ଘରର ମୁଖ୍ୟ ଫାଟକ କୁ ତାଡି ହାତ ରେ ଛୁରୀ, ଭୁଜାଲି ସହ ଲୁହାର ରଡ ସହ ଅନ୍ୟ ମାରଣାସ୍ତ୍ର ଧରି ଘର ଭିତରକୁ ଧସେଇ ପଶି ଘରେ ଉପସ୍ଥିତ ଥିବା ଉଭୟ ବାପା କାଶୀନାଥ ଗୁପ୍ତା ଓ ପୁଅ ବିକାଶ ଗୁପ୍ତା ଙ୍କ ବେକରେ ଛୁରୀ ରଖି ଜୀବନ ରେ ମାରି ଦେବାକୁ ଧମକ ଦେଇଥିଲେ । ଏବଂ ଘର ର ଟଙ୍କା ସୁନା ଅଳଙ୍କାର ଦେବାକୁ ଧମକ ଦେଇଥିଲେ ଏବଂ ଘରେ ଥିବା ଆଲମୀରା ଭାଙ୍ଗି ୨ ଲକ୍ଷ ୫୦ ହଜାର ଟଙ୍କା , ୫ ତୁଳାନ ଓଜନ ର ସୁନା ଅଳଙ୍କାର, ସୁନା ମୁଦି ସହ ଏକ କିଲୋ ରୁପା ଡକାୟତ କରିଥିଲେ । ଏବଂ ଯଦି ଘଟଣା ବାବଦ ରେ ପୋଲିସ କୁ ଜଣାଇଲେ ଜୀବନ ରୁ ମାରିଦେବାକୁ ଧମକ ଦେଇଥିଲେ । ଏନେଇ କାଶୀନାଥ ମୈଦଲପୁର ପୋଲିସ କୁ ଜଣାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅପରପକ୍ଷରେ ପୂର୍ବରୁ ମଧ୍ୟ ତାଙ୍କ ବାସଭବନରେ ଡକାୟତ ହୋଇଥିବା ନେଇ ସୁଚନା ଦେଇଛନ୍ତି କାଶୀନାଥ ଗୁପ୍ତା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now