ବନ୍ଦର ନଗରୀରେ ଆଶା ଦିଦିଙ୍କୁ ଗଣଦୁଷ୍କର୍ମ

Spread the love

ପାରାଦୀପ: ବନ୍ଦର ନଗରୀ ପାରାଦୀପରେ ଲଜ୍ଜା। ଆସିଲେ ଅଟକାଇଲେ, କାରରେ ଉଠାଇ ନେଇ ନେହେରୁବଙ୍ଗଳାରେ କଲେ ଗଣ ଦୁଷ୍କର୍ମ। ଆଉ ବିଡମ୍ବନାର ବିଷୟ, ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଆଶା ଦିଦି। 

ଗତକାଲି ରାତ୍ରିରେ ଏଭଳି ଲଜ୍ଜାକର  ଘଟଣା ଘଟିଛି ବନ୍ଦର ନଗରୀ ପାରାଦୀପରେ। ନୂଆବଜାରରୁ କାମ ସାରି ନିଜ ଘର ସଣ୍ଡକୁଦକୁ ସାଇକେଲ ଯୋଗେ ଫେରୁଥିଲେ ଆଶା ଦିଦି। କିନ୍ତୁ ଘରେ ପହଞ୍ଚିବା ଆଗରୁ ଅଧ ରାସ୍ତାରେ ଏମ୍ପୋରିୟସ ହୋଟେଲ ନିକଟରେ ତାଙ୍କୁ ୪ ଦୁର୍ବୃତ୍ତ ଅଟକାଇଥିଲେ। ସେ କିଛି ଭାବିବା ବୁଝିବା ଆଗରୁ ଦୁର୍ବୃତ୍ତମାନେ ତାଙ୍କୁ ଉଠାଇନେଲେ ନାଲି ରଙ୍ଗର ଏକ କାରରେ। ସେଠାରୁ ନେହେରୁ ବଙ୍ଗଳା ନେଇ ସେଠାରେ ଜଣକ ପରେ ଜଣେ ତାଙ୍କ ସହ ଦୁଷ୍କର୍ମ କରି ନିଜ ବିକୃତ ମନସାଦ ମେଣ୍ଟାଇଥିଲେ।

ପୀଡିତା ଆଶା ଦିଦି ଘରେ ଏସମ୍ପର୍କରେ ଜଣାଇବା ପରେ ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଜଣଙ୍କୁ ଅଟକ ରଖିଥିବା ବେଳେ ପୀଡିତାଙ୍କ ଡାକ୍ତରୀମାଇନା କରାଯାଇଛି। ଘଟଣାର ଅଧିକ ତଦନ୍ତ କରିବା ପାଇଁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମର ମଧ୍ୟ ସହାୟତା ନିଆଯାଇଛି। ଅନ୍ୟ ତିନିଜଣ ଅଭିଯୁକ୍ତ ଫେରାର ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *