ଯୁକ୍ତିତର୍କ ରୁ ଗଣ୍ଡଗୋଳ ଛୁରା ମାଡ଼ରେ ଜଣେ ମୃତ ଜଣେ ଗୁରୁତର

ବଲାଙ୍ଗିର: ବଲାଙ୍ଗିର ସହରରେ ପୁଣି ଏକ ବର୍ବର ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଆଜି ଭୋର ୪.୩୦ ରେ ସହରର ନରସିଂ ମନ୍ଦିର ଗଳିରେ ଦୁଇ ଜଣ ଯୁବକଙ୍କ ଉପରେ ହୋଇଛି ଛୁରାମାଡ । ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଭୀମଭୋଇ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ତେବେ ମୃତକ ଜଣକ ଗେଟ୍ସରୋବରପଡାର ବିଟ୍ଟୁ ଓରଫ୍ ସରୋଜ ପାଣିଗ୍ରାହୀ ଏବଂ ଗୁରୁତର ଯୁବକ ଜଣକ କନ୍ଧପାଲିପଡାର ପ୍ରେମ ସାହୁ ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୪ ଟା ସମୟରେ ବ୍ରାହ୍ମଣପଡାଠାରୁ ଶୀତଳଷଷ୍ଠୀ ଯାତ୍ରା ଦେଖି ଦୁଇ ସାଙ୍ଗ ନରସିଂ ମନ୍ଦିର ଗଳିରେ ଛିଡା ହୋଇଥିବା ବେଳେ ଅନ୍ୟ ଗୋଷ୍ଠୀର କିଛି ଯୁବକଙ୍କ ସହ କଥା କଟାକଟି ହୋଇଥିଲା । ଶେଷରେ କଥା କଟାକଟି ଭୟଙ୍କର ରୂପ ନେଇଥିଲା । ବିଟ୍ଟୁ ଓ ତାଙ୍କ ସାଙ୍ଗଙ୍କୁ ଛୁରାମାଡ କରିଥିଲେ ଦୁବୃର୍ତ୍ତମାନେ । ତେବେ ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଫେରାର୍ ମାରିଥିବା ବେଳେ ବିଟ୍ଟୁ ଓ ତାଙ୍କ ସାଙ୍ଗଙ୍କୁ ରକ୍ତ ଜଡୁବୁଡୁ ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ବିଟ୍ଟୁ ଓରଫ୍ ସରୋଜ ପାଣିଗ୍ରାହୀଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ପ୍ରେମ ସାହୁଙ୍କୁ ଛାତିରେ ଛୁରା ମାଡ ଗୁରୁତର ଆଘାତ ପାଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି । ତେବେ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଗଣ୍ଡଗୋଳ ର କାରଣ କଣ, କିଛି ପୂର୍ବ ଶତ୍ରୁତା ଥିଲା କି? ତାହାର କାରଣ ପୋଲିସ ସନ୍ଧାନ ରେ ଲାଗି ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *