ପାଲଲହଡା – କଲେଜ ପଢୁଆ ପ୍ରେମୀଯୁଗଳଙ୍କୁ ରାସ୍ତା ରେ ଅଟକାଇ ଅସଦାଚରଣ ଭିଡ଼ିଓ ଭାଇରାଲ

Spread the love

ପାଲଲହଡା : ଅନୁଗୋଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ଅଞ୍ଚଳର କଲେଜ ପଢୁଆ ପ୍ରେମୀ ଯୁଗଳଙ୍କୁ ରାସ୍ତାରେ ଅଟକାଇ କିଛି ଯୁବକ ଅସଦାଚରଣ କରୁଥିବାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି I ଯୁବତୀଙ୍କୁ ଅସଦାଚରଣର ଭିଡ଼ିଓ ଏବେ ଘୁରି ବୁଲୁଚି ମୋବଇଲ ରୁ ମୋବଇଲ ।

ଭାଇରଲ ଭିଡ଼ିଓରେ ଉଭୟ ଯୁବକ ଏବଂ ଯୁବତୀ ଜଣଙ୍କ କଲେଜ ୟୁନିଫର୍ମରେ ଥିବାବେଳେ ଜଙ୍ଗଲ ରାସ୍ତାରେ କିଛି ଯୁବକ ସେମାନଙ୍କୁ ଅଟକାଇ ସେମାନଙ୍କୁ ଅସଦାଚରଣ କରିବା ସହ ମୋବାଇଲରେ ସେମାନଙ୍କ ଫୋଟୋ ଓ ଭିଡ଼ିଓ ଉଠାଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି I ଯୁବତୀ ଜଣଙ୍କ ଉକ୍ତ ଯୁବକ ମାନଙ୍କୁ ଫୋଟୋ ଉଠାଇବାକୁ କାକୁତି ମୀନତି ହୋଇ ବାରଣ କରିବାସହ ସେମାନଙ୍କୁ ଛାଡି ଦେବାପାଇଁ ନେହୁରା ହେଉଥିଲେ ମଧ୍ୟ ଯୁବକ ମାନେ ଯୁବତୀ ଜଣକୁ ଟଣା ଓଟରା କରୁଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି I ତେବେ ଏ ସମ୍ପର୍କରେ ଥାନାରେ ଏପର୍ଯ୍ୟନ୍ତ କୌଣସି ପ୍ରକାର ଅଭିଯୋଗ ହୋଇନଥିବାବେଳେ ଏହି ଭିଡ଼ିଓଟି ଏବେ ଅଞ୍ଚଳ ସାରା ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି I ତେବେ ପୋଲିସ ଏହି ଭାଇରଲ ଘଟଣାରେ ଆଗକୁ ନିଜ ପକ୍ଷରୁ କ’ଣ ପଦକ୍ଷେପ ନଉଛି ତାହା ସମୟ ହିଁ କହିବ ।

Leave a Reply

Your email address will not be published. Required fields are marked *