ମାନବିକତା ର ସବୁ ସୀମା ଡେଇଁ ଘଟାଇଲେ ଅଭାବନୀୟ କାଣ୍ଡ । ରକ୍ତରେ ଜୁଡୁବୁଡୁ ହେଲା ସାରା ଘର । ସାମାନ୍ୟ ଝଗଡ଼ା ରୁ ଗୋଟିଏ ପରିବାର କୁ ସଂଘବଦ୍ଧ ଆକ୍ରମଣ । ପୋଷା କୁକୁର ସେରୁ କୁ ହତ୍ୟା କରି ନେଇଗଲେ ।ଘର ସାରା ପଡିଚି ରକ୍ତ । ବରଣ୍ଡା ଦାଣ୍ଡ ଖାଲି ରକ୍ତରେ ଜୁଡୁବୁଡୁ । ଏ କୌଣଷି ମଣିଷ ରକ୍ତ ନୁହଁ, ଏହା ହେଉଛି ପୋଷା କୁକୁର ସେରୁର | ଗତ ଚାରିମାସ ହେବ ତାକୁ ପାରାଦୀପ ରୁ କିଣି ଆଣି ବହୁ ଶ୍ରଦ୍ଧାରେ ଲାଳନ ପାଳନ କରୁଥିଲେ । କିନ୍ତୁ କାଲି ଦୁର୍ବୁତ୍ତ ଆସିଲେ ଆଉ ସେରୁ(କୁକୁର) ହାଣି ପିସ ପିସ କରି ନେଇ ଫୋପାଡି ଦେଲେ | ଘର କବାଟ ଝରକା ବାଡ଼େଇ ଭାଙ୍ଗିଲେ ଓ ଗାଡିକୁ ଗୁଣ୍ଡ କରି ପକାଇଲେ |
ଏଭଲି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବରିହା ଢିଆ ଗ୍ରାମରେ । ଗତ କାଲି ଦିନ ସମୟରେ କୌଣଷି କାରଣରୁ ଗ୍ରାମର ଚରଣ ଦାସ ଙ୍କ ସହ କିଛି ଲୋକଙ୍କ ଝଗଡ଼ା ହୋଇଥିଲା । ଚରଣ ଦାସଙ୍କ ପରିବାର ପରିବାର ପକ୍ଷ୍ୟରୁ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ଗ୍ରାମର କିଛି ଯୁବକ ଏଥିରେ ଉତ୍କ୍ଷିପ୍ତ ହୋଇ ରାତି ଅଧରେ ଆସିଲେ ଆଉ ଘରେ ପଶି ସିଧା ବାଡ଼େଇ ଚାଲିଲେ | ଯାହା ଆଖିରେ ପଡିଲା ଭାଙ୍ଗିଲେ ଓ ଯିଏ ଆଗକୁ ଆସିଲା ତାକୁ ବାଡ଼େଇ ପକାଇଲେ | ଶେଷରେ ବର୍ବରତାର ସବୁ ସୀମା ଟପି ଘରେ ବନ୍ଧା ଯାଇଥିବା ପୋଷା କୁକୁରକୁ ହାଣି ପିସ ପିସ କରି ଫୋପାଡି ଦେଲେ ।
ଚରଣ ଙ୍କ ପରିବାରର ସମସ୍ତ ପୁରୁଷ ଓ ଛୋଟ ଛୁଆ ଭୟରେ କୁଆଡେ ନିଜ ଜୀବନ ବଞ୍ଚାଇବାକୁ ଯାଇ ଲୁଚି ପଳାଇ ଥିବାବେଳେ ଏବେ ଘଟଣା ସ୍ଥଳରେ ପହଁଞ୍ଚିଛି କୁଜଙ୍ଗ ପୋଲିସ | ଆରମ୍ଭ ହୋଇଛି ତଦନ୍ତ ।ଚରଣଙ୍କ ପରିବାର ପୋଲିସକୁ ସୁରକ୍ଷା ମାଗିଥିବା ବେଳେ ଗ୍ରାମର ଅଧିକାଂଶ ଯୁବକ ଏବେ ଫେରାର । ଏହି ଘଟଣା ପଛରେ ସାମାନ୍ୟ ଗାଳି ଗୁଲଜ ନା ଆଉ କିଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଦିନ ବେଳା ହୋଇଥିବା ସାମାନ୍ୟ ଦେଖା ଶିଖା କଥା ପାଇଁ ଗ୍ରାମର 30 ରୁ ଉର୍ଦ୍ଧ ଯୁବକ ଏତେ ଉତ୍କ୍ଷିପ୍ତ ହେଲେ କାହିଁକି । ମାନବିକତାର ସବୁ ସୀମା ସରହଦ ଡେଇଁ ଏକ ପୋଷା କୁକୁର ସେରୁ କୁ ମାରି ଫୋପାଡି ଦେବାର କାରଣ କଣ | ଏହି ଗ୍ରାମରେ ଗତ କିଛିମାସ ତଳେ ପୋଲିସ ଗାଡି ଭଙ୍ଗାରୁଜା ହୋଇଥିବା ବେଳେ ପୁଣି ଏଭଳି ଅଭାବନୀୟ ଭାବେ ଗୋଟିଏ ପରିବାରକୁ ସଂଘବଦ୍ଧ ଆକ୍ରମଣ ହେବା ଓ ଗୋଟିଏ ପୋଷା କୁକୁର କୁ ହାଣି ଟିକିଟିକି କରିଦେବା କେତେ ଯଥାର୍ଥ । ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ

Naxatra News is now on Whatsapp
Join and get latest news update delivered to you via whatsapp
Join Now