ଫୋଗଟ ହତ୍ୟା ମାମଲା: ମୋଟ ୪ ଗିରଫ

Spread the love

ପାନାଜୀ: ବିଜେପି ନେତ୍ରୀ ସୋନାଲି ଫୋଗଟ ହତ୍ୟା ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ଗୋଆ ପୁଲିସ। ଗିରଫ ଦୁଇଜଣ ହେଲେ ସୋନାଲି ଯାଇଥିବା ରେଷ୍ଟୁରାଣ୍ଟର ମାଲି  ଓ ସନ୍ଦିଗ୍ଧ ଡ୍ରଗ୍ସ ପେଡଲର ଦତ୍ତପ୍ରସାଦ ଗାଁଓକର। ଏପଯାବତ୍ ପୁଲିସ ସୋନାଲି ହତ୍ୟା ମାମଲାରେ ମୋଟ ୪ ଜଣଙ୍କୁ ଗିରଫ କରିଛି।

ଶନିବାର ଦିନ ପୁଲିସ ସୋନାଲିଙ୍କ ବ୍ୟକ୍ତିଗତ ସଚିବ ସୁଧୀର ସାଙ୍ଗୱାନ ଓ ତାର ସାଙ୍ଗ ସୁଖବିନ୍ଦର ସିଂହଙ୍କୁ ଗିରଫ କରିଥିଲା। ଏମାନେ ପୁଲିସ ନିକଟରେ ମାନିଥିଲେ କି, ଅଗଷ୍ଟ ୨୨ ତାରିଖରେ ଏହି ଦୁଇ ଜଣ ସୋନାଲିଙ୍କ ସହ ଗୋଆ ଆସିଥିଲେ। ସେଠାରେ ସେମାନେ ଯୋଜନାବଦ୍ଧ ଭାବେ ସୋନାଲିଙ୍କ ମଦରେ ନିଶା ମିଶାଇ ଜବରଦସ୍ତି ତାଙ୍କୁ ପିଆଇଥିଲେ।

ଯାଞ୍ଚରୁ ଡ୍ରଗ୍ସ ପେଡଲର ଗାଁଓକର ବିଷୟରେ ଜାଣିବା ପରେ ତାକୁ ପୁଲିସ ଶନିବାର ଦିନ ଗରିଫ କରିଛି। ମାମଲାରେ ଏଯାବତ୍ ପୁଲିସ ୨୦ରୁ ୨୫ ଜଣଙ୍କ ବୟାନ ରେକର୍ଡ କରିଛି। ଏମାନଙ୍କ ମଧ୍ୟରେ ରେଷ୍ଟୁରାଣ୍ଟ ମାଲିକର ବୟାନ ମଧ୍ୟ ରେକର୍ଡ ହୋଇଛି।  ପୁଲିସ ପରେ ରେଷ୍ଟୁରାଣ୍ଟ ମାଲିକକୁ ମଧ୍ୟ ଗିରଫ କରିଛି।

୪୨ ବର୍ଷୀୟା ସୋନାଲିକୁ ଅଗଷ୍ଟ ୨୩ ତାରିଖରେ ଗୋଆର ସେଣ୍ଟ ଆଣ୍ଟୋନି ହସ୍ପିଟାଲର ଡାକ୍ତର ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ଥିବା ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *