ଗଞ୍ଜେଇ ଚାଲାଣ ବେଳେ ପୋଲିସ ଧରିଲା : ଚାରି ଗିରଫ

Spread the love

ବଲାଙ୍ଗିର : ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ପୁଲିସ । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ପ୍ୟାଲେସ ଲାଇନ୍ ର ଶୁଭମ ପଟ୍ଟନାଏକ (୨୩), ଇଚ୍ଛାପଡାର କରନ ସାହୁ (୩୦), ରାଜେନ୍ଦ୍ର ପଡାର ରମିତ ସାହୁ (୨୦) ଓ ଉତ୍ତରପ୍ରଦେଶର ଭାଦୋୟା ଜିଲ୍ଲା ଅନ୍ତର୍ଗତ ଉଗପୁରର ୟଶ କୁମାର (୨୭) ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ରବିବାର ସକାଳ ୧୦ଟା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଏକ ସ୍ୱତନ୍ତ୍ର ଟିମ୍ କୁ ବଲାଙ୍ଗିର ସହରର ପେଲିସ ଲାଇନକୁ ପଠାଇବାରେ ସେଠାରେ ଚାରି ଜଣ ବ୍ୟକ୍ତି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜଣାପଡିଥିଲା l ପୋଲିସ ଟିମକୁ ଦେଖିବା ମାତ୍ରେ ଚାରି ଜଣ ଦୁର୍ବୃତ୍ତ ସେମାନେ ରଖିଥିବା ଗଞ୍ଜେଇ ସହ ଫେରାର ହେବାକୁ ଚେଷ୍ଟା କଲାବେଳେ ପୋଲିସ ଟିମ ସେମାନଙ୍କୁ କାବୁ କରିଥିଲେ । ସେମାନଙ୍କ ଠାରୁ ସମୁଦାୟ ୨୭ କିଲୋ ଗଞ୍ଜେଇ ଜବତ କରାଯିବା ସହ ସେମାନେ ବ୍ୟବହାର କରୁଥିବା ୨ ଗୋଟି ଦାମୀ ମୋବାଇଲ ଓ ନଗଦ ୪୬୦୦ ଟଙ୍କା ଜବତ କରାଯାଇଛି । ଗତକାଲି ଉକ୍ତ ମାମଲାରେ ଗଞ୍ଜେଇ ସହ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନଙ୍କୁ ତଦନ୍ତକାରୀ ପୋଲିସ ଅଧିକାରୀ ଏସ.ଆଇ. ସୁଜ୍ଞାନ କୁମାର ବାରିକଙ୍କ ଦ୍ୱାରା କୋର୍ଟଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *