ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ ଦେଇଥିବା ପ୍ରଫେସର ଗିରଫ

Spread the love

ହରିଦ୍ବାର: ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ ଦେଉଥିବା ଫେରାର ପ୍ରଫେସରଙ୍କୁ ଗିରଫ କରିଛି ହରିଦ୍ବାର ପୁଲିସ। ହରିଦ୍ବାରର ଭଲ୍ଲା ଇଣ୍ଟର କଲେଜର ପ୍ରିନ୍ସିପାଲଙ୍କ ପକ୍ଷରୁ ପ୍ରଫେସରଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା।

ଗତ ନଭେମ୍ବର ୧୭ ତାରିଖରେ ଭଲ୍ଲା ଇଣ୍ଟର କଲେଜର ପ୍ରନସିପାଲଙ୍କ ପକ୍ଷରୁ ହରିଦ୍ବାରର ନଗର ଥାନାରେ ପ୍ରଫେସର ସୁନିଲ କୁମାରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ପ୍ରଫେସର ଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗରେ ଉଲ୍ଲେଖ ଥିଲା।

ଅଭିଯୋଗକୁ ଗୁରୁତର ସହ ନେଇ ମୁନସିପାଲ କମିଶନର ଘଟଣାର ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏସମ୍ପର୍କରେ ପୁଲିସ ସୂତ୍ରରୁ ସୂଚନା ଦିଆଯାଇଥିଲା କି, ଅପରାଧ ସତ୍ୟ ମିଳିବା ପରେ ଅଭିଯୁକ୍ତ ପ୍ରଫେସରଙ୍କୁ  ନିଲମ୍ବନ କରାଯାଇଥିଲା ଓ ପୁଲିସ ଏହା ଉପରେ ମାମଲା ରୁଜୁ କରିଥିଲା।

ଏସମ୍ପର୍କରେ ହରିଦ୍ବାର ଏସପି, ରେଖା ଯାଦବ କହିଛନ୍ତି କି, ଅଭିଯୋଗ ପରେ ଫେରାର ହୋଇଯାଇଥିବା ପ୍ରଫେସରଙ୍କୁ ସାହାରନପୁରରୁ ତାଙ୍କ ଭଉଣୀଙ୍କ ଘରୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *