ପୂଜାଙ୍କ ଗିରଫଦାରି ଉପରେ ରହିତାଦେଶ- ଏପ୍ରିଲ ୨୧ ଯାଏ ମିଆଦ ବୃଦ୍ଧି

ଚାକିରୀରୁ ବହିଷ୍କୃତ ଟ୍ରେନି ଆଇଏଏସ ପୂଜା ଖେଦକରଙ୍କୁ ଅନ୍ତରୀଣ ଜାମିନ ମିଆଦ ବଢ଼ାଇଛନ୍ତି ସୁପ୍ରିମକୋର୍ଟ। ଅନ୍ତରୀଣ ଜାମିନ ବଳରେ ପୁଲିସ ପୂଜାଙ୍କୁ ଗିରଫ କରିପାରିବନି। ଏପ୍ରିଲ ୨୧ ଯାଏ ଅନ୍ତରୀଣ ଜାମିନ କାଏମ ରଖିଛନ୍ତି ସର୍ବୋଚ୍ଚ ଅଦାଲତ। ୨୫୨ ଦିନ ହେଲା ଭିଆଇପି ଭାବେ ମୁକ୍ତବିହଙ୍ଗ ଭଳି ବୁଲୁଛନ୍ତି ପୂଜା ବୋଲି ସୋସିଆଲ ମିଡିଆରେ ଟ୍ରୋଲ୍ ହୋଇଛନ୍ତି। ଏହା ପୂର୍ବରୁ ଜାନୁଆରୀ ୧୫ ଯାଏ ଗିରଫଦାରିରୁ ବର୍ତ୍ତିବାକୁ ଆଗୁଆ ଜାମିନ୍ ଦେଇଥିଲେ ସୁପ୍ରିମକୋର୍ଟ। ସିଭିଲ ସର୍ଭିସ ପରୀକ୍ଷାରେ ଧୋକାଦାରି ସହ ଜାଲି ଓବିସି ଓ ଦିବ୍ୟାଙ୍ଗ ବର୍ଗରେ ସଂରକ୍ଷଣ ଲାଭ ଉଠାଇଥିଲେ ପୂଜା। ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ସତୀଶଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ପୂଜାଙ୍କ ଆଗୁଆ ଜାମିନ ମିଆଦ ଏପ୍ରିଲ ୨୧କୁ ବୃଦ୍ଧି କରିଛନ୍ତି। ୨୧ରେ ଶୁଣାଣୀ ବେଳେ ପୂଜାଙ୍କ ଜବାବ ଦାଖଲକୁ ସୁନିଶ୍ଚିତ କରିବାକୁ କୋର୍ଟ କହିଛନ୍ତି। ମାର୍ଚ୍ଚ ୮ରେ ପୂଜାଙ୍କୁ ମୌଖିକ ରୂପରେ ଅଦାଲତ କହିଥିଲେ ଯେ, ସେ ସକ୍ଷମ ଓ ଦିବ୍ୟାଙ୍ଗ ଆଶାୟୀ ଭାବେ ପରୀକ୍ଷା ପାସ୍ କରିବାକୁ ଅଲଗା ଅଲଗା ପ୍ରୟାସ କରିପାରିବେନି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁ କହିଥିଲେ, ୟୁପିଏସସି ପ୍ରଶିକ୍ଷାର୍ଥୀଙ୍କ ଲାଗି ଜାଲି ଦିବ୍ୟାଙ୍ଗ ପ୍ରମାଣପତ୍ର ହାସଲ କରିବା ମାମଲାରେ ପୂଜାଙ୍କୁ ପୁଲିସ ହେପାଜତରେ ଜେରା ଜରୁରୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *