ପୁରୀରେ ବୋମା ମାଡ଼ ,ବାପ ଓ ପୁଅ ଆହତ

ପୁରୀ ବଳିଆପଣ୍ଡା ଅନ୍ତର୍ଗତ ବିଜୟ ନଗର ଅଂଚଳ ରେ ବୋମା ମାଡ । ଘଟଣାରେ ବାପ ଓ ପୁଅ ଆହତ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ସନ୍ଦୀପ ଓ ତାଙ୍କ ପୁଅ ମୁର୍ତ୍ତୁଞ୍ଜୟ ସକାଳେ ଘର ସମ୍ମୁଖରେ ଥିବା ଟୋ ଟୋ ଇ-ରିକ୍ସା ରେ ବସିଥିବା ସମୟରେ କିଛି ଦୁର୍ବୁତ୍ତ ହଠାତ ଆସି ୪ ଟି ବୋମା ମାଡ କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ବୋମା ମାଡ଼ ର କାରଣ ଅସ୍ପଷ୍ଟ ଅଛି । ଘଟଣାସ୍ଥଳରେ ବଳିଆପଣ୍ଡା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *