ସେକ୍ସ ରାକେଟ ଉପରେ ଚଢାଉ

Spread the love

ମାଲକାନଗିରି: ସେକ୍ସ ରାକେଟ ଚାଲୁଥିବା ଏକ ଘରେ  ଚଢ଼ାଉ କରି 2 ଯୁବକ ଓ 2 ଯୁବତୀଙ୍କୁ ଗିରଫ କଲା ପୋଲିସ ଆଙ୍କର । ମାଲକାନଗିରି ଜିଲ୍ଲା କୁମୁଟିଗୁଡା ସ୍ଥିତ ଅନ୍ନପୂର୍ଣ୍ଣା ରାଇସ ମିଲ ନିକଟ ଏକ ଘରେ ସେକ୍ସ ରାକେଟ ଚାଲୁଥିବା ପୋଲିସ ଜାଣିବାକୁ ପାଇଥିଲେ ଏବଂ କିଛି ମହିଳା ପୋଲିସ ସହ ସେହି ଘରେ ଚଢ଼ାଉ କରିଥିଲେ ।

 ଏହି ଚଢ଼ାଉ ସମୟରେ ଅସଞ୍ଜତ ଅବସ୍ଥାରେ ସେହି ଘରୁ 2 ଜଣ ଯୁବକ ଓ 2 ଯୁବତୀ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଗିରଫ ହୋଇଥିବା 2 ଜଣ ଯୁବକ ସୀମାନ୍ତ ଛତିଶଗଡ଼ ର ସୁକୁମା ଜିଲ୍ଲାର ବୋଲି ଜଣା ପଡ଼ିଛି । ତେବେ ଏହି ଦୁଇ ଜଣ ଯୁବତୀଙ୍କ ମଧ୍ୟରୁ ଜଣେ ଝାରସୁଗୁଡା ର ଓ ଅନ୍ୟ ଜଣେ ମାଲକାନଗିରି 7 ନମ୍ବର ର  ବୋଲି  ଜଣା ପଡ଼ିଛି । ଏମାନଙ୍କ ନିକଟରୁ  ମୋବାଇଲ ଓ ଅନାନ୍ୟ ସାମଗ୍ରୀ  ଜବତ କରାଯାଇଛି । ଏଥିସହ ଏପରି ଚଢ଼ାଉ ଆଗକୁ ଜାରିରହିବା ବୋଲି ମାଲକାନଗିରି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *