ବେପାରୀ କେବଳ ମରାଠୀରେ କଥାବାର୍ତ୍ତା କରିବେ। ଏଭଳି ଚାପ ପକାଇବା ଆରମ୍ଭ କଲାଣି ଶିବସେନା ୟୁବିଟି। ମହାରାଷ୍ଟ୍ର ନବନିର୍ମାଣ ସେନା ବା ରାଜ ଠାକରେଙ୍କ ଏମଏନଏସ ମହାରାଷ୍ଟ୍ରରେ ମରାଠି ନ କହିଲେ କିଭଳି ଆତଙ୍କରାଜ ଚଳାଇଛି। ଠିକ୍ ସେ ବାଟରେ ଏବେ ଉଦ୍ଧବ ଠାକରେଙ୍କ ଶିବସେନା ଗଲାଣି। ପୂର୍ବତନ ସାଂସଦ ରାଜନ ଭିଚାରେ ନିଜ ଅଫିସକୁ କିଛି ବେପାରୀଙ୍କୁ ସମନ କରି ଡକାଇଥିଲେ। ଆଉ ତାଙ୍କ ସମର୍ଥକଙ୍କ ଦ୍ୱାରା ମାଡ଼ ମାରିଥିଲେ। ମରାଠୀ ନ କହିଥିବାରୁ ଭୁଲ ମଗାଇବାକୁ ବାଧ୍ୟ କରିଥିଲେ। ଭିଚାରେ ଓ ତାଙ୍କ ସମର୍ଥକ ବାରମ୍ୱାର ଧମକ ଦେଇଥିଲେ ଯେ, ବେପାରୀମାନେ କେବଳ ମରାଠୀରେ କଥାବାର୍ତ୍ତା କରିବେ। ଏହାର ଭିଡ଼ିଓ ଭାଇରାଲ ପରେ ପୂର୍ବତନ ସାଂସଦଙ୍କ ବିରୁଦ୍ଧରେ ଆକ୍ସନ ଲାଗି ଦାବି ଶାଣିତ ହୋଇଛି। ବ୍ୟବସାୟୀଙ୍କ ଉପରେ ଏଭଳି ଆକ୍ରମଣ ପ୍ରତିବାଦରେ ମୀରାଭଣ୍ଡାର ବଜାର ବନ୍ଦ କରିଥିଲେ ବ୍ୟବସାୟୀ। ବେପାରୀ ମାନେ ନିଜର ସୁରକ୍ଷାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now