କେମିତି ହେଲା ରାଜୀବଙ୍କ ମୃତ୍ୟୁ ?

Spread the love

(ଭୁବନେଶ୍ବର) ନିଷ୍ଠା ନିଶା ନିବାରଣ କେନ୍ଦ୍ର ବିରୋଧରେ ସାଙ୍ଘାତିକ ଅଭିଯୋଗ l କେନ୍ଦ୍ରରେ  ପିଟି ପିଟି ରାଜୀବଙ୍କୁ ମାରିଦେଇଥିବା ଅଭିଯୋଗ ଆଣିଲେ ରାଜୀବଙ୍କ ସାଙ୍ଗ ଓ ପରିବାର ଲୋକ l ମୃତ୍ୟୁ ପରେ ଶବବ୍ୟବଛେଦ ଏମ୍ସ ହସ୍ପିଟାଲରେ କରାଯାଇଛି l ସେପଟେ ପୋଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ନିଶା ନିବାରଣ କେନ୍ଦ୍ରରୁ ସିସିଟିଭି ହାର୍ଡଡିସ୍କ ଜବତ କରିବା ସହ ଏହାର ଯାଞ୍ଚ କରାଯାଉଛି l ପୋଷ୍ଟମଟମ ରିପୋର୍ଟ ଆସିବାପରେ, ରିପୋର୍ଟ ଅନୁସାରେ ତଦନ୍ତ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଖଣ୍ଡଗିରି ଥାନା ଅଧିକାରୀ l

ରାଜ୍ୟ ଅର୍ଥ ବିଭାଗର ସେକ୍ସନ ଅଫିସ ରାଜୀବ କୁମାର ଶ୍ରୀଚନ୍ଦନ l ଘର ଖଣ୍ଡଗିରି ଡୁମଡୁମା ହାଉସିଂ ବୋର୍ଡ କଲୋନୀ ଫେଜ ୨ ଅଞ୍ଚଳରେ l ରାଜୀବଙ୍କ ପରିବାର କହିଲେ ରୋଗୀଣା  ମା ଓ ଜେଜେ ମା l ବାପା ଓ ଅବିବାହିତ ବଡ଼ ଭାଇ ଙ୍କର ପୂର୍ବରୁ ମୃତ୍ୟୁ ହୋଇସାରିଥିଲା l

 କୁସଙ୍ଗରେ ପଡି ନିଶା କବଳରେ ପଡିଥିଲେ ରାଜୀବ। ତେଣୁ  ଗତ ଅକ୍ଟୋବର ୨୪ ତାରିଖ ଦିନ ସାଙ୍ଗମାନେ ରାଜୀବଙ୍କୁ କୋଳଥିଆ ଅଞ୍ଚଳରେ ଥିବା ନିଷ୍ଠା ନିଶାନିବାରଣ କେନ୍ଦ୍ରରେ ଛାଡିଥିଲେ l ମାତ୍ର ରହିବାର ଅଷ୍ଟମ ଦିନ ତାଙ୍କର ମୃତ୍ୟୁ ହୋଇଥିଲା l ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ,ପରିବାର ଓ ସାଙ୍ଗମାନେ ହତ୍ୟା ପରି ସଙ୍ଗିନୀ ଅଭିଯୋଗ ଆଣିଛନ୍ତି l

ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି  ଅନୁଷ୍ଠାନର ସମ୍ପାଦକ l ପୂର୍ବରୁ ରାଜୀବଙ୍କ ଦେହ ଭଲ ନଥିଲା, ସେ ଔଷଧ ମଧ୍ୟ ଖାଉଥିଲେ l ତାଙ୍କ ଦେହ ଖରାପ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଚିରାଚରିତ ଢଙ୍ଗରେ ସଫେଇ ଦେଇଛନ୍ତି ଅନୁଷ୍ଠାନ ସମ୍ପାଦକ l ସେପଟେ ଏହି ଘଟଣାରେ ଖଣ୍ଡଗିରି ଥାନା ପୋଲିସ ୧୯୭/୨୨ ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଏହାସହ ନିଶାନିବାରଣ କେନ୍ଦ୍ରର ସିସିଟିଭି ହାଡ଼ଡିସ୍କ ଜବତ କରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି  ପୁଲିସl

 ନିଶାନିବାରଣ କେନ୍ଦ୍ରଟି ସ୍ୱୀକୃତି ପ୍ରାପ୍ତ କି ନୁହେଁ ସେ ଦିଗରେ କାଗଜ ପତ୍ର ଯାଞ୍ଚ ଚାଲିଛି। ପୋଷ୍ଟମଟମ ରିପୋର୍ଟ ଆସିବାପରେ କିପରି ରାଜୀବଙ୍କ ମୃତ୍ୟୁ ହୋଇଥିଲା ତାହା ଜଣାପଡିବ ବୋଲି ଆଶା କରାଯାଉଛି।

ପୂର୍ବରୁ ଅନେକ ସମୟରେ ନିଶାନିବାରଣ କେନ୍ଦ୍ରରେ ନିର୍ଯାତନା, ମାଡ଼, ମୃତ୍ୟୁ ପରି  ଅନେକ ଅଭିଯୋଗ ରହିଛି। ଏବେ ପୁଣି ରାଜୀବଙ୍କ ଘଟଣା ମାମଲାକୁ ଆହୁରି ଜଟିଳ କରି ଦେଇଛି। ଘଟଣାରେ ପୁଲିସ ତଦନ୍ତ କି ନିର୍ଯାସକୁ ପଦାକୁ ଆଣୁଛି ତାକୁ ଦେଖିବା ବାକି ରହିଲା।

 ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *