ଧର୍ମନଗରୀ ଉଜୈନରେ କଳଙ୍କ। ମଧ୍ୟପ୍ରଦେଶର ଉଜୈନ ସହରର ବ୍ୟସ୍ତବହୁଳ ସ୍ଥାନରେ ସ୍ପଷ୍ଟ ଦିବାଲୋକରେ ଜଣେ ମହିଳାଙ୍କୁ ଦୁଷ୍କର୍ମର ଭିଡ଼ିଓ ଭାଇରାଲ ହୋଇଛି। ବିଡ଼ମ୍ୱନାର କଥା, ରାସ୍ତାରେ ଯାଉଥିବା ଲୋକେ ଏହାକୁ ଦେଖୁଥିଲେ। କିଏ ଭିଡ଼ିଓ କରୁଥିଲା। କିନ୍ତୁ ଏଭଳି କୁକର୍ମକୁ ରୋକିବାକୁ କେହି ଉଦ୍ୟମ କରିନଥିଲେ। ଏହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତି ପ୍ରଶ୍ନ ଉଠିଛି। ସମାଜରେ ବି ଲୋକଙ୍କର ମାନସିକତାକୁ ନେଇ ଅଙ୍ଗୁଳି ଉଠିଛି। ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। କିନ୍ତୁ ମାନବତାକୁ ଲଜ୍ଜିତ କରିଛି ଏ ଦୃଶ୍ୟ। କୋଇଲା ଫାଟକ ପାଖରେ ଏଭଳି ଜଘନ୍ୟକାଣ୍ଡ ଘଟିଥିଲା। ବିବାହର ପ୍ରଲୋଭନ ଦେଖାଇ ମଦ ପିଆଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ଆଉ ତା ପରେ ଫେରାର୍ ହୋଇଯାଇଥିଲା। ଭିଡ଼ିଓ ଭାଇରାଲ ପରେ ନିଜ ଆଡ଼ୁ ସଂଜ୍ଞାନ ନେଇଥିଲା ପୁଲିସ। ପୀଡ଼ିତା ମହିଳାଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତକୁ ଗିରଫ କରାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now