ପୁଣି ରାଜଧାନୀରେ ଲଜ୍ଜା,ବିଦେଶିନୀଙ୍କୁ ଡାକି କଲେ ଦୁଷ୍କର୍ମ

ପୁଣି ରାଜଧାନୀରେ ଲଜ୍ଜା । ଦିଲ୍ଲୀରେ ଜଣେ ବିଦେଶିନୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଦେଶର ରାଜଧାନୀ ଦିଲ୍ଲୀରେ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ଦିଲ୍ଳୀର  ଏକ ହୋଟେଲରେ ଦୁଷ୍କର୍ମ  ହୋଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ, ବିଦେଶୀ ଯୁବତୀ ଜଣଙ୍କ ଇନଷ୍ଟାଗ୍ରାମରେ ବନ୍ଧୁତା ସ୍ଥାପନ କରିଥିଲେ, ଉକ୍ତ ବନ୍ଧୁଙ୍କୁ ଭେଟିବା ପାଇଁ ସେ ଦିଲ୍ଲୀ ଆସିଥିଲେ । କିଛି ଦିନ ତଳେ ପରସ୍ପର ଇନଷ୍ଟାଗ୍ରାମ ରେ ସାଙ୍ଗ ହୋଇଥିଲେ । ବ୍ରିଟେନ୍‌ ରୁ ଯୁବତୀଙ୍କୁ ଦିଲ୍ଲୀକୁ ଡାକିଥିଲେ ଯୁବକ  । ପରେ ଦିଲ୍ଳୀର  ମହିପାଲପୁର  ଅଞ୍ଚଳର  ଏକ ହୋଟେଲ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଇନଷ୍ଟାଗ୍ରାମ୍‌ର ବନ୍ଧୁ ।  ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍‌ । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *