ରିୟଲିଷ୍ଟେଟ ବ୍ୟବସାୟୀଙ୍କ ଆତ୍ମହତ୍ୟା

ମୁମ୍ବାଇ: ମୁମ୍ବାଇର ଜଣେ ରିୟଲିଷ୍ଟେଟ ବ୍ୟବସାୟୀଙ୍କ ଆତ୍ମହତ୍ୟା। ମୁମ୍ବାଇରେ ଥିବା ନିଜ ଘରର ଜିମରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପାରସ ମୁମ୍ବାଇରେ ଥିବା ଗୋଟିଏ କୋଠାର ୨୩ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବ୍ୟବସାୟୀ।

ମୁମ୍ବାଇର ଏକ କୋଠାର ୨୩ ମହଲାରେ ରହୁଥିବା ରିଅଲିଷ୍ଟେଟ ବ୍ୟବସାୟୀ ପାରସ (୫୭) ତାଙ୍କ ଘରେ ଥିବା ଜିମରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।  ତାଙ୍କ ଆତ୍ମହତ୍ୟା ନେଇ ସୂଚନା ମିଳିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଜିମରୁ ଏକ ସୁଇସାଇଡ ନୋଟ ଜବତ କରିଛି। ଏଥିରେ ସେ ତାଙ୍କ ଆତ୍ମହତ୍ୟା ପାଇଁ କେହି ଦାୟୀ ନ ଥିବା କହିଛନ୍ତି।

ଗୁରୁବାର ସକାଳୁ ଜିମର ବାଲକୋନିରୁ ପାରସ ଡେଇଁ ଥିଲେ। ରାସ୍ତାରେ ଯାଉଥିବା ଲୋକେ ତାଙ୍କ ମୃତଦେହ ତଳେ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଯାଞ୍ଚ କାଳରେ ଜିମରୁ ଏକ ଚିଠି ହସ୍ତଗତ ହୋଇଥିଲେ, ଯେଉଁଥିରେ  ସେ ଆତ୍ମହତ୍ୟା ପାଇଁ କାହାରିକୁ ଦାୟୀ କରି ନାହାନ୍ତି। ଏଥିସହ ତଦନ୍ତ କରି କାହାକୁ ହଇରାଣ ନ କରିବାକୁ ଉଲ୍ଲେଖ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *