ଗ୍ରାହକ ବେଶରେ ପୋଲିସର ଆକ୍ସନ

ଗ୍ରାହକ ସାଜି ସେକ୍ସ ରାକେଟ୍ ଠାବ କଲା ପୋଲିସ। ବାଙ୍କୀ ବୈଦେଶ୍ୱର ଥାନା ଅଧିକାରୀ ପ୍ରିୟ ଦର୍ଶନ ସେଠି ବିଳମ୍ୱିତ ରାତିରେ ନିଜେ ଗ୍ରାହକ ସାଜି ଠାବ କରିଛନ୍ତି ସେକ୍ସ ଋ୍ୟାକେଟ । ଘଟଣା ସ୍ଥଳ ରୁ କିଛି ଆପତ୍ତିଜନକ ସାମଗ୍ରୀ ସହ ଦେହଜୀବୀ, ଗ୍ରାହକ ଓ ୨ ଜଣ ଦଲାଲକୁ ଅଟକ ରଖିଛି ପୋଲିସ । ଅଟକ ରହିଥିବା ଦେହଜୀବୀ ଙ୍କ ଘର ଫୁଲବାଣୀ ଅଂଚଳ ର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ବୈଦେଶ୍ଵର ପୋଲିସକୁ ପୂର୍ବ ରୁ ସୂଚନା ରହିଥିଲା କିଛି ବର୍ଷ ଧରି କଳାପଥର ଓ ଧଳାପଥର ଅଂଚଳ ଚାଲିଛି ଦେହ ବ୍ୟବସାୟ । ଯେଉଁଥିପାଇଁ ଅଚାନକ କଳାପଥର ର ଶ୍ମଶାନ ପଡିଆ ଓ ଧଳାପଥର ର ମିଛପଣ୍ଡା ନୁଆସାହି ର ରହୁଥିବା ବିକି ମହାପାତ୍ର ନାମକ ଦଲାଲ ଘରେ ପୋଲିସ ଚଢାଉ କରିଥିଲା । ଏ ସେକ୍ସ ଋ୍ୟାକେଟର ଚେର ବହୁ ବାଟ ଲମ୍ବି ଥାଇ ପାରେ ବୋଲି ପୋଲିସ ସନ୍ଦେହ କରି ଅଧିକ ଛାନଭିନ ଜାରି ରଖିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *