ଚେକିଙ୍ଗଂ ସମୟରେ ଆରଟିଓ ଏବଂ କନଷ୍ଟେବଲଙ୍କୁ ଟ୍ରକ ଚଢାଇ ହତ୍ୟା

Spread the love

ଉତ୍ତରପ୍ରଦେଶ ସୁଲତାନପୁରରେ ଘଟିଛି ହରିୟାଣା ପରି ଆଉ ଏକ ଘଟଣା । ଚେକିଙ୍ଗଂ ପାଇଁ ଯାଇଥିବା ଏଆରଟିଓ ଓ କନଷ୍ଟେବଲ ଓ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଅନ୍ୟ ଜଣେ କନଷ୍ଟେବଲଙ୍କୁ ଟ୍ରକ ମଡାଇ ହତ୍ୟା କରାଯାଇଛି । ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ପଟେ ଅଭିଯୁକ୍ତ ଟ୍ରକ ଚଢାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ସୁଚନା ଅନୁସାରେ ଆଜି ସକାଳୁ ସକାଳୁ ଏଆରଟିଓ ଟିମ୍ ଚେକିଙ୍ଗଂ ଏହି ସମୟରେ ଆଗରୁ ଆସୁଥିବା ଏକ ଟ୍ରକକୁ ଠାରି ଗାଡି ସାଇଡ୍ କରି ରଖିବାକୁ କୁହାଯାଇଥିଲା ।

ଟ୍ରକ ଡ୍ରାଇଭର ଜାଣିଶୁଣି ଟ୍ରକ ର ଷ୍ପିଡ ବଢାଇ ସେଠାରେ ଠିଆ ହୋଇଥିବା ଏଆରଟିଓ ଜଣେ କନେଷ୍ଟବଲ ଓ ଡ୍ରାଇଭର ଉପରେ ଗାଡି ଚଢାଇ ଚାଲିଯାଇଥିଲେ । କିଛି ବାଟ ଯିବା ପରେ ଟ୍ରକ ଡ୍ରାଇଭର ଟ୍ରକ ଥାଡି କେଉଁଆଡେ ଫେରାର ହୋଇଯାଇଥିଲେ । ହରିୟାଣା ହେଉ କିମ୍ଭା ଉତ୍ତରପ୍ରଦେଶ ଚେକିଙ୍ଗଂ ସମୟରେ ଚେକିଙ୍ଗଂ କରୁଥିବା କର୍ମଚାରୀ ବା ଅଧିକାରୀ ମାନଙ୍କ ଉପରେ ଏଭଳି ଆକ୍ରମଣ ହେବା ଓ ଘଟଣା ସ୍ଥଳରେ ମୃତ୍ୟୁବରଣ କରିବା ଦୁଖଦଃ ଘଟଣା ।

ଏଥିପ୍ରତି କେନ୍ଦ୍ର ସରକାର ହୁଅନ୍ତୁ କିମ୍ଭା ରାଜ୍ୟ ସରକାର ଉଭୟ କଠୋର ପଦକ୍ଷେପ ନେବା ସହତ ଘଟଣାରେ ଅଭିଯୁକ୍ତ ମାନଙ୍କ ପ୍ରତି ଦୃଷ୍ଟାନ୍ତମୁଲକ ପଦକ୍ଷେପ ଗ୍ରହଣ କଲେ ଏପରି କାର୍ଯ୍ୟ କରିବା ପାଇଁ ଭୟ ରହିବ । ନଚେତ ଏଭଳି ଘଟଣା ଗୋଟିଏ ପରେ ଗୋଟିଏ ଘଟିବ ଆଇନ କାନୁନ୍ ପ୍ରତି କାହାର ଭୟ ରହିବ ନାହିଁ ।

  • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *