ସାହିଲର ବଡ ଖୁଲାସା, ପରିବାର ସମର୍ଥନରେ ଭିଆଇଲା ଅପରାଧ

Spread the love

() ବହୁ ଚର୍ଚ୍ଚିତ ନିକି ହତ୍ୟା ମାମଲାରେ କେବଳ ବୟଫ୍ରେଣ୍ଡ୍ ସାହିଲ ସାମିଲ୍ ନଥିଲା। ପୁରା ପରିବାର ଜାଣତରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଭିଆଇଥିଲା ଅଭିଯୁକ୍ତ ସାହିଲ୍। କିଛି ଏମିତି ଆଶ୍ଚର୍ଯ୍ୟଚକିତ କଲା ଭଳି ହତ୍ୟା ଗୁମର ଖୋଲିଛି ଦିଲ୍ଲୀ ପୁଲିସ। ହତ୍ୟାକାଣ୍ଡ ଷଡ଼ଯନ୍ତ୍ରରେ ସାହିଲ୍ ସାଥୀରେ ସାହିଲ ବାପା ଓ ଦୁଇ ସମ୍ପର୍କୀୟ ଭାଇଙ୍କ ସହ ସାଙ୍ଗ ବି ଥିଲେ। ସମ୍ପର୍କୀୟ ଭାଇଙ୍କ ଭିତରେ ଜଣେ ଦିଲ୍ଲୀ ପୁଲିସରେ କନଷ୍ଟେବଳ।

ନିକି ଯାଦବ ହତ୍ୟାକାଣ୍ଡରେ ଚକିତ କଲା ଭଳି ଖବର। ନିକିଙ୍କୁ ହତ୍ୟା କରି ତାଙ୍କ ଶବକୁ ଫ୍ରିଜରେ ରଖିଥିବା ଜହ୍ଲାଦ ପ୍ରେମିକ ସାହିଲ୍ କେବଳ ଏହି ବର୍ବରତାରେ ଏକାକୀ ନଥିଲା। ତା ସହ ପୁରା ପରିବାର ସାମିଲ୍ ଥିଲା। ଦିଲ୍ଲୀ ପୁଲିସ ସାହିଲ୍ ସମେତ ୫ ଜଣଙ୍କୁ ଗିରଫ କରିବା ପରେ ଏକଥା ସାମ୍ନାକୁ ଆସିଛି। ଗିରଫ ଅଭିଯୁକ୍ତଙ୍କ ଭିତରେ ସାହିଲର ବାପା ବି ଅଛନ୍ତି। ସାହିଲର ପୁରା ଷଡ଼ଯନ୍ତ୍ରରେ ଭରପୁର ସହଯୋଗ କରିଥିଲେ ସାହିଲର ବାପା ବୀରେନ୍ଦ୍ର ସିଂ। ଆଉ ଅନ୍ୟ ଅଭିଯୁକ୍ତଙ୍କ ଭିତରେ ସାହିଲର ଦାଦା ପୁଅ ଦୁଇ ଭାଇ ଆଶୀଷ, ନବୀନ ଓ ଦୁଇ ସାଙ୍ଗ  ଅମର ଓ ଲୋକେଶ ବି  ଅଛନ୍ତି। ଦୁଇ ଭାଇଙ୍କ ଭିତରେ ନବୀନ ଦିଲ୍ଲୀ ପୁଲିସରେ କନଷ୍ଟେବଳ ଅଛନ୍ତି। ହତ୍ୟାକାଣ୍ଡ ପରେ ସାହିଲର ବିବାହ ଉତ୍ସବରେ ସାମିଲ ହୋଇଥିଲେ ସମସ୍ତ ଅଭିଯୁକ୍ତ।

କେବଳ ଲିଭ୍-ଇନ-ରିଲେସନସିପରେ ରହୁନଥିଲେ ସାହିଲ ଓ ନିକ୍କି। ଅକ୍ଟୋବର ୨୦୨୦ରେ ନୋଏଡାର ଏକ ମନ୍ଦିରରେ ବିବାହ କରିଥିବାର ଫଟୋ ଏବେ ସାମ୍ନାକୁ ଆସିଛି। କିନ୍ତୁ ଏ ବାହାଘରରେ ସାହିଲର ପରିବାର ଖୁସି ନଥିଲେ। ପୁଲିସ ରିମାଣ୍ଡ ଅବଧିରେ ସାହିଲ ଓ ନିକ୍କିର ବିବାହ ପ୍ରମାଣପତ୍ର ଜବତ କରିଛି। ସାହିଲର ସାଙ୍ଗ ଓ ଦୁଇ ଭାଇ ନିକିର ଶବକୁ ଫ୍ରିଜରେ ଲୁଚାଇବାକୁ ସହଯୋଗ କରିଥିଲେ। ମୁଖ୍ୟ ଅଭିଯୁକ୍ତ ସାହିଲ ନିକ୍କିର ଫୋନରେ ସାରା ଡିଲିଟ୍ କରିଦେଇଥିଲା। ଫେବୃଆରୀ ୧୦ରେ ନିକ୍କିକୁ ହତ୍ୟା କରିଥିଲା ସାହିଲ। ଆଉ ଏହାର ୧୨ ଘଣ୍ଟା ପରେ ଅନ୍ୟତ୍ର ବିବାହ ବି କରିଥିଲା ସାହିଲ୍। ନିକି ସହ ସାହିଲ ବିବାହ କରିଥିବା କଥା ବିଲକୁଲ ଜାଣିନଥିଲୁ ବୋଲି କହିଛନ୍ତି ନିକିଙ୍କ ମାଆ। ଆର୍ଯ୍ୟ ସମାଜରେ ବିବାହ କରିଥିବା କଥା ଜାଣିଥିଲେ, ଉଭୟ ପରିବାର ସହ କଥା ହୋଇ ଏହାର ସମାଧାନ କରିଥାଆନ୍ତେ। ଅଭଯୁକ୍ତଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି ନିକ୍କିଙ୍କ ମାଆ।

ସାହିଲକୁ ଗିରଫ ପରେ ନବବିବାହିତା ପତ୍ନୀ ପୁରା ଭାଙ୍ଗିପଡ଼ିଛନ୍ତି।  ନିକ୍କିକୁ ମାରି ବହାଦୁରଗଡ଼ର ଝିଅକୁ ବିବାହ କରିଥିଲା ସାହିଲ୍। ହାତରେ ମେହେନ୍ଦି ଫିକା ପଡ଼ିବା ଆଗରୁ ସ୍ୱାମୀ ଯେ ହତ୍ୟାକାରୀ, ଜାଣିଲା ପରେ ଚିନ୍ତାରେ ପୁରା ଝିଅ ପରିବାର। ସାହିଲ ଗିରଫ ପରେ ନବ ବିବାହିତ ପତ୍ନୀ ନିଜ ଗାଁକୁ ଫେରିଯାଇଛନ୍ତି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *