କ୍ରାଇମ ସ୍ପଟରେ ଡେମୋ ଦେଖାଇଲେ ହତ୍ୟାକାରୀ ଗୋପାଳ

Spread the love

() ଗୋପାଳ ଦାସର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ତୃତୀୟ ଦିନରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ବିଶେଷ କରି ଆଜି କ୍ରାଇମ ସ୍ପଟରେ ଗୋପାଳ କ୍ରାଇମ ସିନ ରିକ୍ରେସନ କରିଛି । ଏପଟେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ମଧ୍ୟ ଆଜି ଝାରସୁଗୁଡାରେ ଯାଇ ପହଞ୍ଚିଛନ୍ତି । ହେଲେ ଜେପି ଦାସଙ୍କୁ ତଦାରଖ ପାଇଁ ନିଯୁକ୍ତି ଦେବା ବେଆଇନ କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏହାସହ କଂଗ୍ରେସ ମଧ୍ୟ ଏସଆଇଟି ତଦନ୍ତ ଦାବୀ କରିଛି । ଏପଟେ ଏହାର ଜବାବ ରଖିଛି ଶାସକ ଦଳ ।

କେବେ ଫିଟିବ ନବ ଦାସ ହତ୍ୟାକାଣ୍ଡର ଗୁମର ? ଅଭିଯୁକ୍ତ ଗୋପାଳ ମନ୍ତ୍ରୀଙ୍କୁ ଗୁଳି କରିଥିବା ସ୍ବୀକାର କରିଥିଲେ ମଧ୍ୟ ହତ୍ୟା ରହସ୍ୟକୁ ନେଇ   ଚାଲିଛି ତଦନ୍ତ । ଏହାରି ଭିତରେ କ୍ରାଇମସ୍ପଟରେ ପହଂଚି ଡେମୋ ଦେଖାଇଛି ହତ୍ୟାକାରୀ ASI  ଗୋପାଳ ଦାସ।କେତେ ପାଖରୁ ନବଦାସଙ୍କୁ ଗୁଳି କରିଥିଲା ସେ  ନେଇ ସବୁ କିଛି ଟିକନିକ ବଖାଣିଛି ହତ୍ୟାକାରୀ।ଯେଉଁଠାରେ  ନବ ଦାସଙ୍କୁ ହତ୍ୟା କରାଯାଇଥିଲା ସେହି ସ୍ଥାନକୁ ନବ ଦାସଙ୍କ ଗାଡିକୁ ନିଆଯାଇ ଡେମୋ ଦେଖାଇଛି ଗୋପାଳ । ଯାହାକୁ ସମ୍ପୂର୍ଣ୍ଣ ଭିଡିଓଗ୍ରାଫି ମଧ୍ୟ କରାଯାଇଛି । ଏପଟେ ମଙ୍ଗଳବାର ଝାରସୁଗୁଡାରେ ପହଞ୍ଚିଛନ୍ତି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ । ସେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କେତେ ଦୂର ଆଗେଇଲା ତାର ସମୀକ୍ଷା କରିବେ । ଏହାସହ ପୋଲିସ ଡିଜି ମଧ୍ୟ ତଦନ୍ତର ଅଗ୍ରଗତି ବୁଝିବାକୁ ଝାରସୁଗୁଡାରେ ପହଞ୍ଚିଛନ୍ତି । ଏହାସହ ଗୋପାଳର ମାନସିକ ଅବସ୍ଥା ଯାଞ୍ଚ ପାଇଁ ନିମହାନ୍ସର ୪ ଜଣିଆ ବିଶେଷଜ୍ଞ ଟିମ ଆସିଛନ୍ତି ।

ସେପଟେ ନବ ଦାସ ହତ୍ୟାକାଣ୍ଡର ତଦାରଖ କରୁଥିବା ଅବସରପ୍ରାପ୍ତ ଜେ ପି ଦାସଙ୍କ  ନିଯୁକ୍ତି ବେଆଇନ ବୋଲି କହିଛି ବିଜେପି । ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କୋର୍ଟ ମନିଟଡ଼ ତଦନ୍ତ ନୁହେଁ । କେଉଁ ଆଦେଶ ବଳରେ ହାଇକୋର୍ଟ ଏକ ତଦାରଖ କମିଟି ବସେଇଛନ୍ତି ତାହାର କପିକୁ ସର୍ବ ସାଧାରଣରେ ରଖନ୍ତୁ ବୋଲି କହିଛି ଦଳ । ଏହାସହ ତଦନ୍ତ ପ୍ରକ୍ରିୟାକୁ ନେଇ କଂଗ୍ରେସ ମଧ୍ୟ ଆପତ୍ତି ଉଠାଇବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଏପଟେ ତଦନ୍ତ ପ୍ରକ୍ରିୟାକୁ ନେଇ ବିରୋଧିଙ୍କୁ କଡା ଜବାବ ରଖିଛି ଶାସକ ଦଳ । କ୍ରାଇମବ୍ରାଞ୍ଚ ସଠିକ ଓ ନିରପେକ୍ଷ ଭାବରେ ତଦନ୍ତ କରୁଛି। ନ୍ୟାୟପାଳିକା ମଧ୍ୟ ତଦନ୍ତ ଉପରେ ତୀକ୍ଷ୍ଣ ନଜର ରଖିଛି।

ଗୋଟିଏ ପଟେ ତଦନ୍ତ ଚାଲିଥିବା ବେଳେ ରାଜନୀତି ମଧ୍ୟ ଯୋରଦାର ହେବାରେ ଲାଗିଛି । ତେବେ ଆଗକୁ ତଦନ୍ତର ଦିଗ କଣ ରହୁଛି ଓ ହତ୍ୟାକାଣ୍ଡ ଉପରୁ ପରଦା କେବେ ହଟୁଛି ତାହାରି ଉପରେ ସମସ୍ତଙ୍କ ନଜର ।

ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *