ଶିମିଳିପାଳ ଅଭୟାରଣ୍ୟରୁ ପୂର୍ବରୁ ଶିକାର ହୋଇଥିବା କଳାବାଘ ଚମଡାକୁ ଜବତ କରାଯିବା ସହିତ ଘଟଣାରେ ଜଡିତ ୪ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ(ଏସଟିଆର) ପ୍ରକଳ୍ପ ଅଧୀନ ଡୁକୁରା ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ ବଣିଆଦର ଓ ଦୁବଲାଖୁଣ୍ଟା ଅଞ୍ଚଳରୁ ପୃଥକ ଭାବେ ୨-୨ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି ।
ପୂର୍ବରୁ ବାଘ ନଖ ଓ ଦାନ୍ତ ଜବତ ସହିତ ୨ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ପୂର୍ବ ଅଧିକ ତଦନ୍ତ ପରେ ଏହି ସଫଳତା ମିଳିଛି । ତେବେ ଘଟଣାର ମାଷ୍ଟରମାଇଣ୍ଡ ଫେରାର ଥିବାରୁ ଏସଟିଆର କର୍ତ୍ତୃପକ୍ଷ ତଦନ୍ତ ଗୋପନୀୟତା ପାଇଁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିନାହାନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now