କଲରାପତରିଆ ବାଘ ଛାଲ ଡିଲ ବେଳେ ମାଡି ବସିଲା STF

କଲରାପତରିଆ ବାଘ ଛାଲ ଡିଲ ବେଳେ ମାଡି ବସିଲା STF। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ମନମୁଣ୍ଡା-କଣ୍ଟାମାଳ ରୋଡ ରେ ବିକ୍ରି ପାଇଁ ଚାଲିଥିଲା ଡିଲ । ଜଣେ ମାଫିଆ ଗିରଫ । ଅଭିଯୁକ୍ତ ଜଣକ ହେଲେ କଣ୍ଟାମାଳ ଥାନା ଅନ୍ତର୍ଗତ ଲୁଇସିଙ୍ଗ ଗ୍ରାମର ରମାକାନ୍ତ ଭୋଇ । ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି STF । ସୂଚନା ଥାଉକି ବୌଦ୍ଧ ରୁ ୨୦୨୩-୨୪ ମସିହା ମଧ୍ୟରେ ଜବତ ହେଲାଣି ୫ଟି କଲରାପତରିଆ ବାଘ ଚମଡା । ସୂଚନା ମୁତାବକ କଣ୍ଟାମାଳ ଅଞ୍ଚଳ ରେ ଏକ ବାଘ ଛାଲ ଥିବା ବିଶେଷ ସୂତ୍ର ରୁ STF ସୂଚନା ପାଇଥିଲା । ପରେ ବାଘ ଛାଲ କିଣିବା ପାଇଁ ଛଦ୍ମବେଶ ଧରି STF ଯାଇ ପହଞ୍ଚି ଥିଲା । ମନମୁଣ୍ଡା-କଣ୍ଟାମାଳ ରୋଡ ଡିଲ ପାଇଁ ମାଫିଆ ଙ୍କୁ ଡାକି ଥିଲା STF । ପରେ ଡିଲ କଲାବେଳେ ମାଡି ବସିଥିଲା STF । ବାଘ ଛାଲ ଜବତ କରିବା ସହ ଅଭିଯୁକ୍ତ କଣ୍ଟାମାଳ ଥାନା ଅନ୍ତର୍ଗତ ଲୁଇସିଙ୍ଗ ଗ୍ରାମର ରମାକାନ୍ତ ଭୋଇ ଙ୍କୁ କୋର୍ଟ ଚାଲାଣ କରିଛି STF । ସେପଟେ ଶିକାରୀ କୁ ଧରିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି STF । ତେବେ ବୌଦ୍ଧ ରୁ ୨୦୨୩-୨୪ ମସିହା ମଧ୍ୟରେ ଜବତ ହେଲାଣି ୫ଟି କଲରାପତରିଆ ବାଘ ଚମଡା ଯାହା ବନବିଭାଗ କାର୍ଯ୍ୟକାରିତା କୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *