ମଧ୍ୟପ୍ରଦେଶରେ ନିର୍ମାଣଧୀନ ଛାତରୁ ଖସିଲା ସ୍ଲାବ। ଏଥିରେ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଘଟଣାରେ ୫୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ପନ୍ନା ଜିଲ୍ଲା ସିମରିୟା ଥାନା ଅଞ୍ଚଳରେ ଥିବା ଏକ ସିମେଣ୍ଟ କାରଖାନାରେ ନିର୍ମାଣଧୀନ ଛାତରୁ ଖସିପଡିଛି ସ୍ଲାବ। ତେବେ ଆଜି ସକାଳେ କାରଖାନାରେ ଛାତ କାମ ଚାଲିଥିବା ବେଳେ, ଶ୍ରମିକଙ୍କ ଉପରେ ସ୍ଲାବ ପଡିଯାଇଥିଲା। ଫଳରେ ଏକାଧିକ ଶ୍ରମିକ ଚାପି ହୋଇଯାଇଥିଲେ। ସେପଟେ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ଏବଂ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ଫ୍ୟାକ୍ଟ୍ରି ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇନାହିଁ।

Naxatra News is now on Whatsapp
Join and get latest news update delivered to you via whatsapp
Join Now