ସୁଇସାଇଡ୍ କ୍ୟାପସୁଲରେ ଆତ୍ମହତ୍ୟା କଲେ ଆମେରୀକିୟ ମହିଳା

ସ୍ବିଜରଲ୍ୟାଣ୍ଡରେ ତିଆରି ହୋଇଥିବା ସୁସାଇଡ୍ କ୍ୟାପସୁଲ୍ରେ ଜଣେ ମହିଳା ପ୍ରଥମ ଥର ପାଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସରକୋ ସୁସାଇଡ୍ ପଡ୍ରେ ଆମେରିକାର ଜଣେ ୬୪ ବର୍ଷୀୟା ମହିଳା ଆତ୍ମହତ୍ୟା କରିଛନ୍ତି । ଜର୍ମାନୀ ସୀମା ନିକଟରେ ଏକ ଜଙ୍ଗଲରେ ସ୍ଥାନୀୟ ସମୟ ଅନୁସାରେ ସନ୍ଧ୍ୟା ୪ ଟାରେ ସେ ନିଜ ଜୀବନ ହାରିଛନ୍ତି ।ଏହି ଘଟଣା ପରେ ସ୍ବିଜରଲ୍ୟାଣ୍ଡ ପୋଲିସ ଅନେକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ‘ଦ ଲାଷ୍ଟ ରିସୋର୍ଟ’ର ଉପାଧ୍ୟକ୍ଷ ସାମିଲ ଅଛନ୍ତି । ମହିଳାଙ୍କ ଆତ୍ମହତ୍ୟା ସମୟରେ ସେ ସେଠାରେ ଉପସ୍ଥିତ ଥିଲେ । ନେଦରଲ୍ୟାଣ୍ଡସ୍ର ଜଣେ ସାମ୍ବାଦିକଙ୍କ ସମେତ ଦୁଇ ଜଣ ସ୍ବିସ୍ ନାଗରିକଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣେ ମହିଳା ଆତ୍ମହତ୍ୟା କରୁଥିବା ବେଳେ କ୍ୟାପସୁଲ୍ଟି କିଭଳି କାର୍ଯ୍ୟ କରୁଛି ତାର ଫଟୋ ଏବଂ ଭିଡିଓ ଉତ୍ତୋଳନ କରୁଥିଲେ ।

ସେପଟେ ଗମ୍ଭୀର ରୋଗରେ ପୀଡ଼ିତ ଥିବା ମହିଳାଙ୍କ ମାନସିକ ରୋଗର ମୂଲ୍ୟାଙ୍କନ କରାଯାଇଥିଲା ବୋଲି ‘ଦ ଲାଷ୍ଟ ରିସୋର୍ଟ’ ପକ୍ଷରୁ କୁହାଯାଇଛି । ତାଙ୍କର ଏହି ଆତ୍ମହତ୍ୟା ‘ଶାନ୍ତିପୂର୍ଣ୍ଣ, ଦ୍ରୁତ ଏବଂ ସମ୍ମାନଜନକ’ ବୋଲି କୁହାଯାଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *