ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

Spread the love

ଗଞ୍ଜାମ: ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରାଣୀ ସାହିରେ। ସୂଚନାଅନୁସାରେ ଅଞ୍ଚଳର କାଳିଆ ଜେନାଙ୍କ ଝିଅ କଳ୍ପନା ଜେନା କବାଟ ବନ୍ଦ କରି ନିଜ ଦେହରେ କିରୋସିନି ଢ଼ାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସଙ୍ଗେ ସଙ୍ଗେ ଦିଗପହଣ୍ଡି ପୋଲିସ ବାହିନୀ ପହଞ୍ଚି ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଜାରି ରଖିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ। ତେବେ ଛାତ୍ରୀ ଜଣକ ପଦ୍ମନାଭପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ହଷ୍ଟେଲରେ ରହି ପାଠପଢି ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *