ପେଟ୍ରୋଲ ଢାଳି ନିଆଁ ଲଗାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

Spread the love

ନୂଆପଡା: ନୂଆପଡା ଜିଲ୍ଲାରେ ତହସିଲ ଅଫିସ ସାମ୍ନାରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସକାଳେ ନୂଆପଡା ଜିଲ୍ଲା କଲ୍ୟାଣପୁର ଗ୍ରାମର ଜଗଦୀଶ ଚୌହାନ ନାମକ ଯୁବକ ଜମି ମାମଲାକୁ ନେଇ ତହସିଲ ଅଫିସକୁ ଯାଇଥିଲେ । କିନ୍ତୁ କୌଣସି କାରଣରୁ ଦିନ ପ୍ରାୟ ଗୋଟାଏ ସମୟରେ ଅଫିସ ବାହାରକୁ ଚାଲିଆସିଲେ ଏବଂ ସାଙ୍ଗରେ ଆଣିଥିବା ପେଟ୍ରୋଲ ବୋତଲରୁ ପେଟ୍ରୋଲ ନିଜ ଉପରେ ଢାଳି ନିଆ ଲଗାଇ ଦେଇଥିଲେ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଜଗଦୀଶଙ୍କୁ ନିଆଁ ଉଦ୍ଧାର କରି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଦେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ପଠେଇ ଦିଆଯାଇଥିଲା । ତେବେ ନିଆଁରେ ଜଗଦୀଶଙ୍କ ଗୋଡ, ହାତ ଓ ମୁହଁ ଆଦି ପୋଡି ଯାଇଥିବାର ଜଣାପଡିଥିଲ।

ଘଟଣା ସମ୍ପର୍କରେ ତହସିଲଙ୍କୁ ପଚାରିବାରୁ ସେ ଯୁବକ ଜଣକୁ ଚିହ୍ନିନାହାନ୍ତି ବୋଲି କହିଛନ୍ତି । ଅନ୍ୟପଟେ ଜଗଦୀଶଙ୍କୁ ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ଥିବାରୁ ସେ ବର୍ତ୍ତମାନ କିଛି କହିବା ଅବସ୍ଥାରେ ନାହାନ୍ତି । ଏପଟେ ଜଗଦୀଶ  କାହିଁକି ଏପରି ପଦକ୍ଷେପ ନେଇଛନ୍ତି ଏ ଘଟଣା ପାଇଁ ଦାୟୀ କିଏ କହି ସ୍ଥାନୀୟ ଲୋକେ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *