ସୁପ୍ରିମକୋର୍ଟର ୟୁଟ୍ୟୁବ ଚ୍ୟାନେଲ୍ ହ୍ୟାକ୍। ସାଇବର ଆଟାକରୁ ବର୍ତ୍ତିପାରିଲାନି ସର୍ବୋଚ୍ଚ ଅଦାଲତଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍। ହ୍ୟାକର ଚ୍ୟାନେଲକୁ ହ୍ୟାକିଂ କରିଦେବାରୁ ସୁପ୍ରିମକୋର୍ଟ ଶୁଣାଣୀର ଲାଇଭ ଷ୍ଟ୍ରିମିଂ ହୋଇପାରିଲାନି। ଏହି ପେଜ୍ ଉପଲବ୍ଧ ନାହିଁ ବୋଲି ଦେଖାଇଥିଲା। ହ୍ୟାକର୍ସ ସମସ୍ତ ଭିଡ଼ିଓକୁ ପ୍ରାଇଭେଟ୍ କରି କିଛି ସମୟ ଧରି ଚ୍ୟାନେଲରେ କ୍ରିପ୍ଟୋକରେନ୍ସି ଏକ୍ସଆରପିର ବିଜ୍ଞାପନ ଚଲାଇଥିଲେ। ଏହାକୁ କେମିତି ପୁଣି ପୁନର୍ବାହାଲ କରିହେବ, ସେ ନେଇ କୋର୍ଟ ପ୍ରଶାସନ ଯାଞ୍ଚ ସହ ପଦକ୍ଷେପ ନେବା ଜାରି ରଖିଥିଲା। ସୁପ୍ରିମକୋର୍ଟର ୟୁଟ୍ୟୁବ ଚ୍ୟାନେଲରେ ସମ୍ୱିଧାନ ପୀଠରେ ଶୁଣାଣୀ ଓ ସାର୍ବଜନୀକ ହିତ ଉଦ୍ଦେଶ୍ୟରେ ଲାଇଭ୍ ପ୍ରସାରଣ ହୋଇଥାଏ। ଏହି ୟୁଟ୍ୟୁବ ଚ୍ୟାନେଲର ୨ ଲକ୍ଷରୁ ଉର୍ଦ୍ଧ୍ୱ ସବସ୍କ୍ରାଇବର ଅଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now