ପୁଅ ଆଗରେ ତଣ୍ଟି ଚିପି ମାଆକୁ ହତ୍ୟା

Spread the love

ଭୁବନେଶ୍ୱର: 3 ବର୍ଷର ପୁଅ ଆଗରେ ତଣ୍ଟି ଚିପି ମାକୁ ହତ୍ୟା କଲେ ଦୁର୍ବୁତ୍ତ l ଖାରବେଳ ନଗର ଥାନା ଅଧିନସ୍ଥ  ଶାସ୍ତ୍ରୀନଗର ଅଞ୍ଚଳରେ ଘଟିଛି  ଘଟଣା l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ମୃତଦେହକୁ  ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି l ମୃତ ମହିଳା  ଜଣକ  ହେଲେ ଶୁଭଶ୍ରୀ ମହାପାତ୍ର। ମହିଳାଙ୍କୁ  କିଏ ଓ କାହିଁକି ହତ୍ୟା କଲା ସେ ନେଇ କିଛି ଜଣା ପଡି ନଥିବା  ବେଳେ ଘର ନିକଟରେ ଥିବା ସିସିଟିଭିକୁ ଯାଞ୍ଚ କରି ତଦନ୍ତ ଚଳାଇଛି ପୋଲିସ। ତେବେ ଘର ଲୋକଙ୍କ କହିବା ମୁତାବିକ 2018 ମସିହାରେ  ଅନନ୍ତ ନାରାୟଣ  ନାଥଙ୍କୁ ପ୍ରେମ ବିବାହ କରିଥିଲେ ଶୁଭଶ୍ରୀ। ଉଭୟଙ୍କର ଏକ 3 ବର୍ଷର ପୁଅ ରହିଛି। ସମସ୍ତଙ୍କ ସହ ଭଲ ସମ୍ପର୍କ ରଖୁଥିବା ଶୁଭଶ୍ରୀଙ୍କ କେହି ଶତ୍ରୁ ନଥିବା ବେଳେ କିଏ ହୁଏତ ଲୁଟ୍ ଉଦ୍ଦେଶ୍ୟ ରଖି ଏପରି ହତ୍ୟାକାଣ୍ଡ ଘଟାଇଥିବା ନେଇ ସଦେହ କରାଯାଉଛି l

Leave a Reply

Your email address will not be published. Required fields are marked *