ବନ୍ଦ ଘରୁ ପତି, ପତ୍ନୀ ଓ ଝିଅର ମୃତଦେହ ଉଦ୍ଧାର, ଟ୍ରିପଲ ମର୍ଡର ସନ୍ଦେହ!

ଦିଲ୍ଲୀର ଏକ ବନ୍ଦ ଘରୁ ପତି, ପତ୍ନୀ ଓ ଝିଅର ମୃତଦେହ ଉଦ୍ଧାର। ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ପୁଲିସର ସୂଚନା ଅନୁଯାୟୀ, ଆଜି ସକାଳେ ଦକ୍ଷିଣ ଦିଲ୍ଲୀର ନେବ ସରାଇରେ ଜଣେ ବ୍ୟକ୍ତି, ତାଙ୍କର ପତ୍ନୀ ଓ ଝିଅଙ୍କୁ ଛୁରିମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତେବେ ମଣ୍ଣିଂ ୱାର୍କ  ପାଇଁ ଯାଇଥିବାରୁ ବର୍ତ୍ତି ଯାଇଛନ୍ତି ପୁଅ। ମୃତକ ମାନେ ହେଲେ, ୫୩ ବର୍ଷୀୟ ରାଜେଶ, ୪୭ ବର୍ଷୀୟ ପତ୍ନୀ  କୋମଲ ଏବଂ ସେମାନଙ୍କର ୨୩ ବର୍ଷର ଝିଅ କବିତା। ଅଭିଯୋଗ ଅନୁସାରେ, ପୁଅ ସକାଳ ପ୍ରାୟ ୫ଟାରେ ମଣ୍ଣିଂ ୱାର୍କ  ପାଇଁ ଚାଲିଯାଇଥିଲେ। ଏବଂ ଘରକୁ ଫେରିବା ପରେ ପିତା ମାତା ଓ ଭଉଣୀର ମୃତଦେହ ଦେଖିଥିଲେ। ଖବର ପାଇ ପୁଲିସ ଅଧିକାରୀ ମାନେ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛନ୍ତି। ପ୍ରାଥମିକ ଆକଳନ ଅନୁସାରେ, ଘରୁ କିଛି ସାମଗ୍ରୀ ଚୋରୀ ହୋଇନଥିବା ପୁଲିସ କହିଛି। ତେବେ ପଡ଼ୋଶୀ ମାନଙ୍କ କହିବା ଅନୁସରେ ସେମାନେ ପାଟି ଶୁଣି ଘର ବାହାରକୁ ଆସିଥିଲେ। ଏବଂ ମୃତକଙ୍କ ପୁଅ କହିଥିଲେ ଯେ, ସେ ବାହାରୁ ଆସିବା ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୩ ଜଣଙ୍କ ମୃତଦେହ ଦେଖିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *