ପୁଣି ରାଜଧାନୀରେ ବୁଲିଲା ଖଣ୍ଡା

Spread the love

ଭୁବନେଶ୍ୱର: ପାର୍ବଣ ପାଇଁ କମିଶନରେଟ ପୁଲିସ ସଜାଗ। ଅପରାଧିକ ତତ୍ବଙ୍କ ଉପରେ ପୁଲିସର କଡା ନଜର। ଗତ ୧୦ ଦିନ ଭିତରେ ବିପୁଳ ନିଶା ସାମଗ୍ରୀ ଜବତ ହୋଇଛି। ପୁଲିସ ସ୍କାନରରେ ରାଜଧାନୀ ବୋଲି ଡିସିପି, ସିପି ବୟାନ ଦେଉଛନ୍ତି। କିନ୍ତୁ ପୂଜାର ଅବ୍ୟବହିତ ପୂର୍ବରୁ ରାଜଧାନୀର ରାଜରାସ୍ତାରେ ବୁଲିଛି ଖଣ୍ଡା । ଭରତପୁର ଥାନା ଅଞ୍ଚଳରେ ଶନିବାର ସଂଧ୍ୟାରେ ଦୁଇ ଗୋଷ୍ଠୀ ହୋଇଛନ୍ତି ମୁହାଁମୁହିଁ।

 ଭରତପୁର ଥାନା ଅଞ୍ଚଳରେ ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ଘଟି ଉଭୟ ପକ୍ଷରୁ ୫ ଜଣ ଆହାତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି । ଦୂର୍ଗା ପୂଜା ପୂର୍ବରୁ ରାଜଧାନୀରେ ଏଭଳି ରାସ୍ତା ଉପରେ ଖଣ୍ଡା ବୁଲିବା ପୋଲିସର ପାରିବା ପଣିଆ ଉପରେ ଉଠାଇଛି ପ୍ରଶ୍ନବାଚୀ।

Leave a Reply

Your email address will not be published. Required fields are marked *