ସ୍ବାମୀଙ୍କ ପାଇଁ କରୱାଚୌଥ କଲେ ,ପରେ ବିଶ ଦେଇ ମାରିଲା ସ୍ତ୍ରୀ

ପ୍ରଥମେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି କରୱା ଚୌଥ କରିଥିଲେ । ବ୍ରତ ଶେଷ କରିବା ପରେ ନିଜେ ହିଁ ତାଙ୍କ ସ୍ୱାମୀଙ୍କୁ ବିଷ ଦେଇ ମାରି ଦେଇଛନ୍ତି। ଏପରି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶରୁ। ଖବର ଅନୁଯାୟୀ ୩୨ ବର୍ଷୀୟ ଶୈଳେଶ କୁମାରଙ୍କୁ ତାଙ୍କ ପତ୍ନୀ ସବିତା ବିଷ ଦେଇ ମାରି ଦେଇଛନ୍ତି।ଶୈଳେଶ କୁମାରଙ୍କ ଆଉ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହ କରି ସବିତା ଏପରି କାଣ୍ଡ ଘଟାଇଛନ୍ତି। ଗତ ରବିବାର ସବିତା ସ୍ୱାମୀ ଶୈଳେଶଙ୍କ ପାଇଁ କରୱା ଚୌଥ ବ୍ରତ ରଖିଥିଲେ। ଦିନ ସାରା ସେ କିଛି ନ ଖାଇ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ହେଲେ ସନ୍ଧ୍ୟାରେ ସେ ବ୍ରତ ଶେଷ କରିବା ପରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବା ସନ୍ଦେହ କରି ରବିବାର ସକାଳୁ ହିଁ ଦୁଇ ଜଣଙ୍କ ମଧ୍ୟରେ ତୁତୁମେଁମେଁ ଲାଗି ରହିଥିଲା। ତେବେ ରାତିରେ ସବିତା ସ୍ୱାମୀ ଶୈଳେଶଙ୍କ ଦେଇଥିବା ଖାଦ୍ୟରେ ବିଷ ମିଶାଇ ଦେଇଥିଲେ। ଶୈଳେଶ ଏହାକୁ ଖାଉଥିବା ବେଳେ ସବିତା ପଡ଼ୋଶୀଙ୍କ ଘରକୁ ଯିବା ନାଁରେ ସେଠାରୁ ଚମ୍ପଟ ମାରିଥିଲେ।

ଏପଟେ ବିଷ ମିଶା ଖାଦ୍ୟ ଖାଇ ଶୈଳେଶଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କ ଭାଇ ଅଖିଳେଶ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ଆଖି ବୁଜିବା ପୂର୍ବରୁ ସବିତା ହିଁ ତାଙ୍କ ଖାଦ୍ୟରେ ବିଷୟ ମିଶାଇଥିବା କଥା ସେ କହିଥିଲେ। ଏହାର ଗୋଟିଏ ଭିଡିଓ ରେକର୍ଡିଂ ରହିଥିବା ଭାଇ ଅଖିଲେଶ କହିଛନ୍ତି।ଅଖିଲେଶଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ସବିତାଙ୍କୁ ଗିରଫ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *