ବାରାଣସୀ ବର୍ବରତା ସଭ୍ୟସମାଜକୁ ଦୋହଲାଇଦେଇଛି। ଜଣେ ଯୁବତୀକୁ ୭ଦିନ ଧରି ୨୩ ଯୁବକ ଗଣଦୁଷ୍କର୍ମ କରିଛନ୍ତି। ଅଭିଯୁକ୍ତମାନେ ଅଲଗା ଅଲଗା ଜାଗାକୁ ନେଇ ପାଶବିକ ଅତ୍ୟାଚାର କରିଛନ୍ତି। ଯୁବତୀଙ୍କ ଅଭିଯୋଗକ୍ରମେ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟମାନଙ୍କୁ ଗିରଫ କରିବାକୁ ତନାଘନା ଜାରି ରହିଛି। ୭ ଦିନ ପର୍ଯ୍ୟନ୍ତ କେବଳ ଜାଗା ଓ ଚେହେରା ବଦଳୁଥିଲା। କିନ୍ତୁ ପୀଡ଼ିତାଙ୍କୁ ସାହାଯ୍ୟ ଆଳରେ ତାକୁ ଝୁଣି ଖାଉଥିଲେ ନରପିଶାଚ। ମାର୍ଚ୍ଚ ୨୯ର ଘଟଣା। ଲାଲପୁର- ପାଣ୍ଡେପୁର ଥାନା ଅଞ୍ଚଳରେ ରହୁଥିବା ୧୯ ବର୍ଷୀୟା ଯୁବତୀ ନିଜ ସାଙ୍ଗ ଘରକୁ ଯାଇଥିଲେ। ବାଟରେ ଯୁବତୀଙ୍କ ପରିଚିତ ରାଜ ବିଶ୍ୱକର୍ମା ମିଳିଥିଲା। ତାଙ୍କ ସହ ସେ ଲଙ୍କାସ୍ଥିତ କାଫେକୁ ଯାଇଥିଲେ। ସେଠାରେ ରାତିଯାକ ଯୁବତୀକୁ ଦୁଷ୍କର୍ମ କରିଥିଲା ରାଜ। ତା ପର ଦିନଠୁ ଜଣକ ପରେ ଜଣେ ଯୁବକ ଆସି ପାଶବିକ ଅତ୍ୟାଚାର କରିବାକୁ ଲାଗିଥିଲେ। ଖାଇବାରେ ନିଶାସାମଗ୍ରୀ ମିଶାଇ ଯୁବତୀ ସହ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ଏମାନଙ୍କ କବଳରୁ ମୁକୁଳିବାକୁ ଯେତେ ନେହୁରା ହୋଇଥିଲେ ସୁଦ୍ଧା କେହି ଶୁଣିନଥିଲେ। ଯୌନକ୍ଷୁଧା ମେଣ୍ଟାଇବାକୁ ରାକ୍ଷସ ପାଲଟିଯାଇଥିଲେ ଯେମିତି। ଅଧିକାଂଶ ଅଭିଯୁକ୍ତ ହୁକା ବାର୍ ଯାଉଥିଲେ।ହୋଟେଲ୍, କାଫେ, ମଲ୍, ଲଜ୍ ଯିଏ ଯେଉଁଠି ପାଇଲା, ସେଠିକି ନେଇ ଅତ୍ୟାଚାର କଲା। ବହୁ କଷ୍ଟରେ ଏପ୍ରିଲ ୪ରେ ନିଜ ଘରେ ପହଞ୍ଚି ସବୁ କଥା ଜଣାଇଥିଲେ ଯୁବତୀ। ଯୁବତୀ ଜଣକ ଆଥଲେଟ୍। ବୟଫ୍ରେଣ୍ଡ ସହ ୧୩ ଯୁବକ ଗୋଟିଏ ଘରେ ବନ୍ଧକ ରଖି ଗଣଦୁଷ୍କର୍ମ କରିଥିଲେ ଆଗ। ଚଳନ୍ତା କାରରେ ଆଗ ୭ ଜଣ ଯୌନ ବ୍ୟଭିଚାର କରିଥିଲେ। ତା ପରେ ଯୁବତୀଙ୍କୁ ବେଶ୍ୟାବୃତ୍ତି କରିବାକୁ ଜବରଦସ୍ତି କରୁଥିଲେ। ପ୍ରତିଦିନ ନୂଆ କଷ୍ଟମର ଆଣି ମସାଜ କରିବାକୁ ବାଧ୍ୟ କରୁଥିଲେ। ବାରାଣସୀର ଏ ଲଜ୍ଜାକୁ ନେଇ ରାଜନୀତି ବି ତେଜ୍ ହୋଇଛି। ସପା ସାଂସଦ ବୀରେନ୍ଦ୍ର ସିଂ କହିଛନ୍ତି, ମହିଳା ଅପରାଧରେ ଶୂନ୍ୟ ସହନଶୀଳତା ନୀତି ସରକାରଙ୍କ କୁଆଡ଼େ ଗଲା। ସରକାର ଏ ମାମଲାରେ ବଡ଼ ଅଧିକାରୀଙ୍କୁ ଆଗ ସସପେଣ୍ଡ୍ କରିବା କଥା। ସରକାର କହିଛନ୍ତି, ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ। ତ୍ୱରିତ ଓ କଡ଼ା ଦଣ୍ଡବିଧାନ ହେବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now