ନିର୍ବାହୀ ଯନ୍ତ୍ରୀଙ୍କ ୮ ସ୍ଥାନରେ ଚଢାଉ

Spread the love

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢାଉ। ସୋମବାର ସକାଳେ ଉଦଳା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ (RWSS) ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।  ମୋଟ ୮ଟି ସ୍ଥାନରେ ଚଢାଉ ଜାରି ରହିଛି।

ଚଢାଉ ହେଉଥିବା ୮ ସ୍ଥାନରୁ ଭୁବନେଶ୍ୱରରୁ ୪ଟି ସ୍ଥାନ ରହିଛି। ଚଢ଼ାଉ ସମୟରେ ଯନ୍ତ୍ରୀଙ୍କର ଅନେକ ଗୁଡ଼ିଏ ପ୍ଲଟ୍ ଓ ଫ୍ଳାଟ ଥିବା ସୁରାକ ପାଇଛି ଭିଜିଲାନ୍ସ। ଖଣ୍ଡଗିରି ଆଇଗଣିଆ ଅଞ୍ଚଳରେ ୩ ତାଲା ବିଲ୍ଡିଂ,ପାତ୍ରପଡ଼ା ଅଞ୍ଚଳରେ ଥିବା ଏକ ଫ୍ଲାଟ୍, ଖଣ୍ଡଗିରି ଶପିଂ ପ୍ଲାଜାରେ ଥିବା କନସଲଣ୍ଟାସି ବ୍ୟବସାୟ, ନୟାପଲ୍ଲୀ ଅଞ୍ଚଳରେ ଥିବା ତ୍ରିବେଣୀ ଅଟୋ ଟେକ୍ସ ପ୍ରାଭେଟ୍ ଲିମିଟେଡ୍‌ରେ ଏକ ପ୍ଲଟ୍, କେନ୍ଦ୍ରପଡ଼ାରେ ଥିବା ତାଙ୍କ ପୈତୃକ ଘର, କେନ୍ଦ୍ରାପଡ଼ାରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର,  ଉଦଳାରେ ଥିବା RWSS ଅଫିସ ଓ ସରକାରୀ ଭବନରେ ଚଢ଼ାଉ କରାଯାଇଛି।

ଏହି ଚଢାଉରେ ଜଣେ ‌ଅତିରକ୍ତ ଏସ୍‌ପିଙ୍କ ନେତୃତ୍ବରେ ୫  ଇନ୍ସପେକ୍ଟର, ଜଣେ ଏସଆଇ, ୧୧ଏଏସ୍‌ଆଇ ଓ ପୁଲିସ୍‌ ଟିମ୍ ସାମିଲ ହୋଇଛନ୍ତି। ଭିଜିଲାନ୍ସ ଏଯାବତ୍ ଯନ୍ତ୍ରୀଙ୍କ ବିଭିନ୍ନ ସ୍ଥାନ ଉପରେ ଚଢାଉ କରି ମୋଟ କେତେ ସମ୍ପତ୍ତିର ସୁରାକ ପାଇଛି ତାହା ସ୍ପଷ୍ଟ ହୋଇନ ଥିବା ବେଳେ କିନ୍ତୁ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ଥିବା ଏକ ପ୍ରକାର ଜଣାପଡିଛି।

Leave a Reply

Your email address will not be published. Required fields are marked *