ବାଙ୍କେବିହାରୀ ମନ୍ଦିରରେ ବାଉନ୍ସର ଲଗାଇ ଭିଆଇପି ଦର୍ଶନ- ୨ ଗିରଫ

ବୃନ୍ଦାବନର ପ୍ରସିଦ୍ଧ ବାଙ୍କେବିହାରୀ ମନ୍ଦିରରେ ଭିଆଇପି ଦର୍ଶନ ନାଁରେ ଚାଲିଥିଲା ଅସୁଲି। ଆଉ ଏହି ଅସୁଲି ଖେଳର ଖୁଲାସା କରିଛି ପୁଲିସ। କିଛି ସିକ୍ୟୁରିଟି ଏଜେନ୍ସି ଏହି କାରସାଦି କରୁଥିଲେ। ଭିଆଇପି ଦର୍ଶନ କରାଇଦେବା ନାଁରେ ଭକ୍ତଙ୍କଠୁ ଟଙ୍କା ନେଇ ସେମାନଙ୍କ ସହ ବାଉନ୍ସର ପଠାଉଥିଲେ। ପୁଲିସ ୨ ବାଇନ୍ସର ରୋହିତ ଓ ଲକିକୁ ଗିରଫ କରିଛି। ଏହି ଦୁଇ ଅଭିଯୁକ୍ତ ମାଧବ ବାଉନ୍ସର ଗୃପର। ଭିଆଇପି ଦର୍ଶନ ନେଇ କିଛି ଦିନ ତଳେ ଭିଡ଼ିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଭିଆଇପି ପ୍ରଟୋକଲରେ ଭକ୍ତଙ୍କୁ ଦର୍ଶନ କରାଉଥିବାର ଦେଖାଯାଇଥିଲା। ଭିଆଇପି ଦର୍ଶନ କରାଇବାର ଭିଡିଓ ବି ବାଉନ୍ସର ମାନେ ସୋସିଆଲ ମିଡିଆରେ ସେୟାର କରିଥିଲେ। ଅନେକ ଶ୍ରଦ୍ଧଳୁ ଲମ୍ୱାଲାଇନ ଓ ଭିଡ଼ରୁ ବର୍ତ୍ତିବାକୁ ମୋଟା ଅଙ୍କର ଅର୍ଥ ଦେଇ ଭିଆଇପି ଦର୍ଶନ କରିବାକୁ ଚାହିଁଥାଆନ୍ତି। ଏଭଳି ଟଙ୍କା ନେଇ ବାଉନ୍ସର ନିୟୋଜିତ କରି ଭିଆଇପି ଦର୍ଶନ ନେଇ ମନ୍ଦିର ପରିଚାଳକ ଥାନାରେ ଏତଲା ଦେଇଥିଲେ। ମଥୁରା ପୁଲିସ ପ୍ରାଇଭେଟ କମ୍ପାନୀର ଦୁଇ ବାଉନ୍ସରଙ୍କୁ ଗିରଫ କରିଛି। ଭିଆଇପି ଦର୍ଶନ ଲାଗି ଏମାନେ ଅଲଗା ଅଲଗା ଚାର୍ଜ କରୁଥିଲେ। ଜଣେ ବାଉନ୍ସରଙ୍କ ପାଇଁ ହଜାରେ, ମହିଳା ବାଉନ୍ସରଙ୍କ ଲାଗି ୧୨ଶହ ଓ ବନ୍ଧୁକଧାରୀ ବାଉନ୍ସରଙ୍କ ଲାଗି ୧୬ଶହ ଟଙ୍କା ଆଦାୟ କରୁଥିଲେ। ଏହା ସହ ଭିଆଇପି ଦର୍ଶନ ଲାଗି ୨ଶହ ଟଙ୍କା ଅଲଗା ଦେବାକୁ ପଡ଼ୁଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *