ତରଭୁଜରେ ବିଷ ଦେଇ ସ୍ୱାମୀକୁ ମର୍ଡର କଲା ପତ୍ନୀ! ବିହାର ଗୟା ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୨୨ ବର୍ଷୀୟା ଲଖିଆ ଦେବୀ ନିଜ ୨୫ ବର୍ଷର ସ୍ୱାମୀ ମଣ୍ଟୁ ଯାଦବଙ୍କ ଜୀବନ ନେଇଯାଇଛି। ମଣ୍ଟୁକୁ ହସ୍ପିଟାଲକୁ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଲଖିଆ ଦେବୀ ଓ ତାଙ୍କ ପିତା ମାତାକୁ ହେପାଜତକୁ ନେଇଛି। ମଣ୍ଟୁ ଓ ଲଖିଆଙ୍କ ବିବାହ ୨୦୨୨ରେ ହୋଇଥିଲା। ବିବାହ ପରେ ଅଧିକ ସମୟ ନିଜ ବାପ ଘରେ ରହୁଥିଲେ ଲଖିଆ। ମାସକ ଆଗରୁ ଶ୍ୱଶୁର ଘରକୁ ଆସିଥିଲେ ଲଖିଆ। ଦୁଇ ଦିନ ପୂର୍ବରୁ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା। ମଣ୍ଟୁ ମଦ ପିଇ ଆସିଥିଲେ। ଝଗଡ଼ା ପରେ ମଣ୍ଟୁ ଟ୍ରକରେ ଖଲାସି କାମ କରିବାକୁ ବାହାରି ପଡ଼ିଥିଲା। ସୋମବାର ଲଖିଆ ମଣ୍ଟୁକୁ ଫୋନ କରି ଡାକିଥିଲେ। ଦୁହେଁ କୋଠରୀକୁ ଯାଇଥିଲେ। କିଛି ସମୟ ପରେ ଘର ଭିତରୁ ମଣ୍ଟୁର ଚିତ୍କାର ଶୁଭିଥିଲା। ମଣ୍ଟୁ କୋଠରୀ ଖୋଲି ବାହାରକୁ ଦୌଡ଼ି ଆସିଥିଲା। ଆଉ ପରିବାର ଲୋକଙ୍କୁ କହିଥିଲେ, ଲଖିଆ ତରଭୁଜରେ କିଛି ମିଶାଇ ତାଙ୍କୁ ଖୁଆଇଦେଇଛନ୍ତି। ତାଙ୍କୁ ବିଚଳିତ ଲାଗୁଛି। ଏହା ପରେ ଲଖିଆଙ୍କ ବାପ ଘରକୁ ସୂଚନା ଦିଆଯାଇଥିଲା। ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ପୁଲିସ ଲଖିଆ ଓ ତାଙ୍କ ପରିବାରକୁ ହେପାଜତକୁ ନେଇ ପଚରାଉଚୁରା ଜାରି ରଖିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now