ଦୁଇ ବର୍ଷରେ କେବଳ ଦୁଇ ଥର ଯୌନସମ୍ପର୍କ ରଖିଛନ୍ତି ସ୍ୱାମୀ। କାରଣ ସ୍ୱାମୀ ଯୌନସମ୍ୱନ୍ଧ ରଖିବାକୁ ଅସମର୍ଥ। ପତି-ପତ୍ନୀଙ୍କ ଭିତରେ ଶାରୀରିକ ସମ୍ପର୍କ ନଥବାରୁ ସମ୍ପର୍କରେ ତିକ୍ତତା ବଢ଼ିଥିଲା। ନିଜର ଦୁର୍ବଳତାକୁ ଘୋଡ଼ାଇବାକୁ ପତ୍ନୀଙ୍କ ପରକୀୟାପ୍ରୀତି ଅଛି କହି ସ୍ୱାମୀ ଜଣକ ମିଛ ଆରୋପ ଆଣିଛନ୍ତି ବୋଲି ଅଭିଯୋଗ ହୋଇଛି। ମୁଜାଫରନଗରରେ ପତିକୁ ବିଷ ଦେଇ ମାରିବାକୁ ପତ୍ନୀ ପ୍ରୟାସ କରିଥିବା କଥା ଘଟଣାରେ ଆସିଛି ଟ୍ୱିଷ୍ଟ୍। ଘାଜିଆବାଦର ମହିଳା ଥାନାକୁ ଯାଇ ପତ୍ନୀ ପିଙ୍କି ନିଜକୁ ନିର୍ଦୋଷ କହିବା ସହ ସ୍ୱାମୀ ଅନୁଜ ବିରୁଦ୍ଧରେ ପାଲଟା ଏଭଳି ସଙ୍ଗୀନ ଆରୋପ ଲଦିଛନ୍ତି। ରାତି ୨ଟାରେ କଫି କରିଥିଲେ ପିଙ୍କି। ନିଜେ ପିଇବା ସହ ସ୍ୱାମୀଙ୍କୁ ପିଇବାକୁ ଦେଇଥିଲେ। କିନ୍ତୁ ସ୍ୱାମୀ ପଳାଇଥିଲେ। ଅନୁଜ କହିଥିଲେ, ପତ୍ନୀଙ୍କ ଓ୍ୱାଟସଅପ ଚାଟ୍, ଫଟୋ ଓ ମେସେଜରୁ ସେ ପ୍ରମାଣ ପାଇଥିଲେ ଯେ, ତାଙ୍କ ପତ୍ନୀଙ୍କର ପରକୀୟାପ୍ରୀତି ରହିଛି। କିନ୍ତୁ କୌଣସି ସମ୍ପର୍କୀୟଙ୍କ ସହ କଥା ହେଉଛି କହି ପିଙ୍କି ଅସଲ କଥାକୁ ଟାଳିଆସୁଥିଲେ। କଫିରେ ବିଷ ଦେଇ ମାରିବାକୁ ଚାହିଁଥିଲେ ପତ୍ନୀ ପିଙ୍କି। କଫି ପିଇ ଅସୁସ୍ଥ ଅନୁଭବ କରିବାରୁ ସେ ହସ୍ପିଟାଲ ଆସିଥିଲେ। ପତ୍ନୀ ପିଙ୍କିଙ୍କ ସହ ଜଣେ ଯୁବକର ଅବୈଧ ସମ୍ପର୍କରୁ ଅନୁଜକୁ ସବୁଦିନ ଲାଗି ରାସ୍ତାରୁ ହଟାଇବାକୁ କୁଆଡ଼େ ପିଙ୍କି କରିଥିଲେ ଷଡ଼ଯନ୍ତ୍ର।


Naxatra News is now on Whatsapp
Join and get latest news update delivered to you via whatsapp
Join Now