ନାବାଳିକାକୁ ପ୍ରେମ ନିବଦେନ କରି ଯୁବକ ଗିରଫ

Spread the love

ଧର୍ମଶାଳା : ପ୍ରେମ ନିବେଦନ କରି ଜଣେ ଯୁବକ ଗିରଫ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ଝାଲପଡା ପଞ୍ଚାୟତ କାକୁଡିକୁଦ ନୀଳକଣ୍ଠପୁର ଗ୍ରାମରେ । ଏହି ଗ୍ରାମର ଶାନ୍ତନୁ ପରିଡାଙ୍କ ପୁଅ ସଂଗ୍ରାମ ଏହି ଗ୍ରାମର ଜଣେ ନାବାଳିକାକୁ ପ୍ରେମ ନିବଦେନ କରି ବିଫଳ ହେବା ପରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ନାବାଳିକାକୁ ଧମକ ଦେଇ ଆସୁଥିଲା । ଫଳରେ ନାବାଳିକା ଜଣକ ଘରେ ଜଣାଇବା ପରେ, ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ସଂଗ୍ରାମକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *