ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣା : ୫ ଅଭିଯୁକ୍ତ ଗିରଫ

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ଥାନା ଅଧିନ ଚିଙ୍ଗୁଡ଼ିଘାଇ ଗ୍ରାମରେ ଗତ ୧୮ ତାରିଖରେ ଚୋର ସନ୍ଦେହରେ ପୁରୀ ଜିଲ୍ଲା ବାଦୁରାବର ଗ୍ରାମର ଯୁବକ ବାହୁଡ଼ା ସାହୁଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ଏହି ଘଟଣାରେ ଆଜି ପୁରୁଷୋତମପୁର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଚିଙ୍ଗୁଡ଼ିଘାଇର କିଶୋର ଚନ୍ଦ୍ର ନାୟକ, ତପନ କୁମାର ପଢିଆରୀ, ମିଟୁ ନାୟକ, ସୂର୍ଯ୍ୟ ନାରାୟଣ ନାୟକ ଓ ରେଙ୍ଗୁଟିପଲ୍ଲୀର ଭବାନୀଶଙ୍କର ସାହୁ । ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି । 

Leave a Reply

Your email address will not be published. Required fields are marked *