ମଧ୍ୟାହ୍ନ ଭୋଜନ ଅର୍ଥ ଉଠାଇ ବାଣ୍ଟି ନଥିଲେ, ଭିଜିଲାନ୍ସ ନିକଟରେ ଅଭିଯୋଗ ପରେ ତରବରିଆ ଭାବେ ବାଣ୍ଟିଲେ ଶିକ୍ଷକ

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆ ପଡା ବ୍ଳକ ଅଧିନସ୍ତ ଚିଙ୍ଗୁଡିଖୋଲ ଗାଁରେ ଥିବା ଶରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଟଙ୍କା ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଇନଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଗତ ୨୦୨୨ ସେପ୍ଟେମ୍ବର ମାସରୁ ପିଲାମାନଙ୍କ ପାଇଁ ଆସିଥିବା ମଧ୍ୟାହ୍ନ ଭୋଜନ ବାବଦୀୟ ଅର୍ଥକୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଷ୍ମୀଧର ସେଠୀ ବ୍ୟାଙ୍କ ଖାତାରୁ ଉଠାଇ ନିଜେ ରଖିଥିଲେ । ଏବଂ ଉକ୍ତ ଅର୍ଥକୁ ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟା ଯାଇ ନଥିବା ନେଇ  ଗ୍ରାମବାସୀ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଗ୍ରାମବାସିଙ୍କ ଅଭିଯୋଗ ପରେ ଆଜି ତରବରିଆ ଭାବେ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଡାକି ଟଙ୍କା ବାଣ୍ଟୁଥିବା ର ଦ୍ରୁଶ୍ୟ ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, କରୋନା ମହାମାରୀ ସମୟରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉ ନଥିବା ଏବଂ ବିଦ୍ୟାଳୟ ବନ୍ଦ ରହୁଥିବାରୁ ମଧ୍ୟାହ୍ନ ଭୋଜନ ବାବଦୀୟ ଅର୍ଥ ଛାତ୍ରଛାତ୍ରୀ ମାନଙ୍କୁ ବାଣ୍ଟି ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଷ୍ମୀଧର ସେଠୀ ଉକ୍ତ ଅର୍ଥକୁ ବ୍ୟାଙ୍କରୁ ଉଠାଇ ନିଜେ ରଖି ଦେଇଥିଲେ। ଯାହାକୁ ନେଇ ଏବେ ଦେଖା ଦେଇଛି ବିବାଦ । ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଆଜି ଅଭିଭାବକ ମାନେ ଦାବି କରିଛନ୍ତି । ସେପଟେ ଏନେଇ ପ୍ରଧାନ ଶିକ୍ଷକ କୌଣସି ପ୍ରତିକ୍ରିୟା ଦେବାକୁ ରୋକ୍ ଠୋକ୍ ମନା କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *