ଯୁବକଙ୍କୁ ବିଦ୍ୟୁତ ଖୁଂଟରେ ବାନ୍ଧି ପିଟି ପିଟି ହତ୍ୟା ଘଟଣା, ଗିରଫ ସଂଖ୍ୟା ୭କୁ ବୃଦ୍ଧି 

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ଗ୍ରାମରେ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଂଟରେ ବାନ୍ଧି ଅତ୍ୟନ୍ତ ନୃସଂଶ ଭାବେ ପିଟି ପିଟି ହତ୍ୟା କରିବା ଘଟଣାରେ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।

ସୂଚନା ଅନୁଯାୟୀ, ଗତ ୧୮ ତାରିଖରେ ଚୋର ସନ୍ଦେହରେ ପୁରୀ ଜିଲ୍ଲା ବାଦୁରାବର ଗ୍ରାମର ସମ୍ପୃକ୍ତ ଯୁବକ ବାହୁଡ଼ା ସାହୁଙ୍କୁ ଚିଙ୍ଗୁଡ଼ିଘାଇ ଗ୍ରାମରେ ବିଦ୍ୟୁତ ଖୁଂଟରେ ବାନ୍ଧି ଅତ୍ୟନ୍ତ ନୃସଂଶ ଭାବେ ପିଟି ପିଟି ହତ୍ୟା କରାଯାଇଥିଲା । ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ପୋଲିସ ଏନେଇ ଛାନଭିନ୍ ଜାରୀ ରଖିଛି । ଅଦ୍ୟାବଧି ୭ ଜଣଙ୍କୁ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *