ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଏସିଆର ସବୁଠାରୁ ବଡ ଏୟାର ସୋ, ଏୟାର ଇଣ୍ଡିଆ ୨୦୨୩ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏରୋ ଇଣ୍ଡିଆର ୧୪ ତମ ସଂସ୍କରଣରେ ସ୍ବଦେଶୀ ଉପକରଣ ତଥା ବୈଷୟିକ ଜ୍ଞାନ କୌଶଳର ପ୍ରଦର୍ଶନ କରାଯିବ, ଯେମିତି ବିଦେଶୀ କମ୍ପାନୀଗୁଡିକ ସହ ସହଭାଗିତା ମିଳିପାରିବ। ଉଦ୍ଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏୟାର ଇଣ୍ଡିଆ ଭାରତର ନୂଆ କ୍ଷମତା, ଆକାଂକ୍ଷାକୁ ପ୍ରଦର୍ଶିତ କରୁଛି। ଭାରତ ନିର୍ମିତ ତେଜସ ବିମାନ ତଥା ବିମାନ ବାହକ ପୋତ ଆଇଏନଏସ ବିକ୍ରାନ୍ତ ଭାରତର କ୍ଷମତାର ବଳିଷ୍ଠ ଉଦାହରଣ।
ଚଳିତ ବର୍ଷର ଏୟାର ସୋ ୫ ଦିନ ଧରି ଚାଲିବ। ଏଥିରେ ଏୟାରକ୍ରାଫ୍ଟ, ହେଲିକପ୍ଟର ସହ ଏକ ବ୍ୟାପକ ପ୍ରଦର୍ଶନୀ ଓ ଏରୋସ୍ପେଶ ଓ ସାମରିକ କମ୍ପାନୀଗୁଡିକର ବ୍ୟବସାୟିକ ମେଳା ଆୟୋଜନ କରାଯାଇଛି। ଫଳରେ ବିଦେଶୀ ସାମରିକ ଓ ନାଗରିକ ଉଡାଣ କମ୍ପାନୀ ଭାରତ ପ୍ରତି ଆକୃଷ୍ଟ ହେବେ। ଚଳିତ ସଂସ୍କରଣରେ ୧୧୦ ଦେଶର ପ୍ରାୟ ୮୦୯ କମ୍ପାନୀ ଏଲାହାଙ୍କା ଏୟାର ଫୋର୍ସ ଷ୍ଟେସନରେ ଭାଗ ନେଉଛନ୍ତି। ଏହି ସଂସ୍କରଣର ଥିମ ରହିଛି ‘ଦ ରନୱେ ଟୁ ଏ ବିଲିୟନ ଅପର୍ଚ୍ୟୁନିଟିଜ।
ଚଳିତ ପଦର୍ଶକଙ୍କ ରହିଛି ଏୟାରବସ, ବୋଇଂ, ଲୋକହିଡ ମାର୍ଟିନ, ଇଜରାଏଲ ଏରୋସ୍ପେସ ଇଣ୍ଡଷ୍ଟ୍ରୀ, ବ୍ରହ୍ମୋସ ଏରୋସ୍ପେସ, ଆର୍ମି ଏଭିଏସନ, ଏଚସି ରୋବୋଟିକ୍ସ, ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ, ଭାରତ ଡାୟନୋମିକ୍ସ ଲିମିଟେଡ ଓ ବିଇଏମଏଲ ଲିମିଟେଡ ପରି କମ୍ପାନୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now