ହୁହୁ ହୋଇ ବଢୁଛି ପରିବା ଦର ; ଅସନ୍ତୁଷ୍ଟ ଖାଉଟି

ପରିବା ବଜାରରେ ହୋଇଛି ମହଙ୍ଗା ମାଡ଼ । ଯୋଉ ପନିପାରିବା ଛୁଇଁବେ ୭୦ରୁ ୮୦ ପାର । ସେଞ୍ଚୁରୀ ମାରି ସାରିଲାଣି କିଛି ପନିପରିବା ଦର । ଦର ବୃଦ୍ଧି ଯନ୍ତ୍ରାଣରେ ଖାଉଟି ଏବେ କଲବଲ । ହାଟ ବଜାରରେ ପ୍ରାୟ ସବୁ ପରିବା ଦର ଅସହ୍ୟ ଭାବେ ବଢିଚାଲିଛି । ଦର ବୃଦ୍ଧିକୁ ନେଇ ଅତିଷ୍ଠ ହୋଇଗଲେଣି ଖାଉଟି ।

ସ୍ଥିତି ଏଭଳି ହେଲାଣି କି ପରିବା ହାଟକୁ ପଶିଲେ ପକେଟକୁ ବାଧୁଛି । କେବଳ ବଞ୍ଚିବା ପାଇଁ କିଏ କିଲୋ ବଦଳରେ ଅଢେ ଶହ ଗ୍ରାମ ନେଉଛି ତ କିଏ ଅଧ କିଲୋ ନେଇ ଯେମିତି ସେମିତି କାମ ଚଳାଇବାକୁ ଚିନ୍ତ କରୁଛି । ଡାଲି , ଚାଉଲ , ପରିବା ଏପରିକି ଆଳୁ ,ପିଆଜ , ଭଳି ଆବଶ୍ୟକ ଖାଉଟି ସାମଗ୍ରୀ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକେ ଚିନ୍ତାରେ ।

ଆଳୁ ୩୫, ପିଆଜ ୪୫ , ଟଙ୍କାରେ ବିକ୍ରି ହୋଇଛି । ବିନ୍ ୧୬୦, ଝୁଡୁଙ୍ଗ ୬୦ , ଭେଣ୍ଡି ୬୦ , ଜହ୍ନି ୬୦, କଖାରୁ ୪୦ , ସାରୁ ୬୦ , କୋବି ୫୦ , କାଙ୍କଡ ୬୦ ଟଙ୍କାରେ ବିକ୍ରି ହେଉଛି । ବ୍ୟବସାୟୀ ମଧ୍ୟ ଦରବୃଦ୍ଧିକୁ ନେଇ ଅସନ୍ତୁଷ୍ଟ । ତୁରନ୍ତ ଏହି ଦରବୃଦ୍ଧିର ସମାଧାନ କରିବାକୁ ସବୁମହଲରେ ଉଠୁଛି ଦାବି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *