ପିଏମଙ୍କୁ କୁନି ଝିଅର ଅଭିଯୋଗ

Spread the love

ଦେଶରେ ଦରଦାମ ବୃଦ୍ଧି ଘଟିଛି। ଏହି ଦରଦାମ ବୃଦ୍ଧିକୁ ନେଇ ହନ୍ତସନ୍ତ ଜନସାଧାରଣ। ଏହାର ପ୍ରଭାବ ସିଧାସଳଖ ଲୋକଙ୍କ ଉପରେ ପଡିଛି। ଦରଦାମ ବୃଦ୍ଧି ଯୋଗୁଁ ସମସ୍ତେ ହଇରାଣ ହେଉଛନ୍ତି। ଗରିବ ପରିପରିବାର ହେଉ ବା ସାଧାରଣ ପରିବାର ସମସ୍ତଙ୍କ ପକ୍ଷରେ ଘର ଚଳାଇବା ଅସମ୍ଭବ ହୋଇପଡିଛି।  ଏହାରି ଭିତରେ ଏକ ଘଟଣା ସାମ୍ନାକୁ ଆସିଛି। ଦର ଦାମ୍ ବୃଦ୍ଧିକୁ ନେଇ ଉତ୍ତରପ୍ରଦେଶ କନ୍ନୌଜରେ ରହିଥିବା ଜଣେ ୫ ବର୍ଷର ଝିଅ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି। ଯେଉଁଥିରେ ଝିଅଟି ତାର ମନର କଥା ଲେଖିଛି। ସେ ଚିଠିରେ ପେନ୍ସିଲ, ରବର ଏବଂ ମ୍ୟାଗିର ମୂଲ୍ୟ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛି।

କୁନି ଝିଅଟିର ନାମ କୃତି ଦୁବେ। ସେ ପ୍ରଥମ ଶ୍ରେଣୀର ଛାତ୍ରୀ। କୃତି ତାଙ୍କ ଚିଠିରେ ଲେଖିଛନ୍ତି ଯେ, ” ପ୍ରଧାନମନ୍ତ୍ରୀ ଜି, ଆପଣ ଅତ୍ୟାଧିକ ଦରଦାମ ବୃଦ୍ଧି କରିଦେଇଛନ୍ତି। ଏପରିକି ମୋର ପେନ୍ସିଲ ଓ ରବରକୁ ମହଙ୍ଗା କରିଦେଲେ, ଏବଂ ମ୍ୟାଗିର ଦାମ୍ ମଧ୍ୟ ବଢାଇ ଦେଇଛନ୍ତି। ଏବେ ମୋ ମାଆ କୁ ପେନ୍ସିଲ ମାଗିବାରୁ ମୋ ମାଆ ମତେ ବାଡଉଛନ୍ତି। ମୁଁ କ’ଣ କରିବି? କ୍ଲାସରେ ଅନ୍ୟ ପିଲାମାନେ ମୋ ପେନ୍ସିଲ ଚୋରି କରି ନେଇଯାଉଛନ୍ତି”।

ଦରଦାମ୍ ବୃଦ୍ଧିକୁ ନେଇ ୫ ଜଣ ଝିଅ ପିଏମ ମୋଦିଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି। ପିଏମ ମୋଦୀଙ୍କୁ ସ୍କୁଲ ଛାତ୍ରୀମାନେ ଲେଖିଥିବା ଚିଠି ସୋସିଆଲ ମିଡିରେ ଖୁବ୍ ଭାଇରାଲ ହେଉଛି।

କୃତିଙ୍କ ମାଆ କହିଛନ୍ତି ଯେ, ଏହି ଚିଠିରେ ଝିଅ ତା ମନକଥା ଲେଖିଛି। ସେ କିଛି ଦିନ ପୂର୍ବରୁ ସ୍କୁଲରେ ପେନ୍ସିଲ ହଜେଇ ଦେଇଥିଲେ। ଘରକୁ ଆସିବା ପରେ ତାଙ୍କ ମାଆ ତାଙ୍କୁ ଗାଳି କରିଥିଲେ। ଯେଉଁଥି ପାଇଁ ସେ ଦରଦାମ୍‌ ବୃଦ୍ଧିକୁ ନେଇ ପିଏମ୍ ମୋଦିଙ୍କୁ ଚିଠି ଲେଖିଛନ୍ତି।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *