କେନ୍ଦ୍ର ର 2000 ଟଙ୍କା ବନ୍ଦ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା

Spread the love

ପୂର୍ବତନ ଅର୍ଥ ମନ୍ତ୍ରୀ, ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା କେନ୍ଦ୍ର ର 2000 ଟଙ୍କା ବନ୍ଦ ଉପରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, କେନ୍ଦ୍ର ସରକାର ଭାରତ ବର୍ଷ ର ଅସ୍ଥିରତା ସୃଷ୍ଟି କରୁଛନ୍ତି । ପୁଣି ଥରେ ନୋଟ ବନ୍ଦୀ ଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି । 2000 ଟଙ୍କା କୁ ବନ୍ଦ କରି ଦେବା ଦ୍ୱାରା ଅସ୍ଥିରତା ସୃଷ୍ଟି ହୋଇଛି । ବିଶେଷ କରି ମଧ୍ୟବିତ୍ତ ଓ ମହିଳା ମାନେ ଯେଉଁମାନେ କିଛି ସଞ୍ଚୟ କରିଥିଲେ ସେମାନେ ଅଧିକ ପ୍ରଭାବିତ ହେବେ । ପ୍ରଚଳନ ବେଳେ ୟାକୁ ଚିନ୍ତା କରିବାର ଥିଲା । ଆଉ ନୋଟ ବନ୍ଦୀ ଦ୍ୱାରା କେତେ 500 ଓ 1000 ଟଙ୍କାର ନୋଟ ଫେରିଥିଲା ତାହା କେନ୍ଦ୍ର ସରକାର କହିବା ଦରକାର ।  2000 ଟଙ୍କା କୁ ବନ୍ଦ କରି କଳା ଟଙ୍କା କୁ ରୂପାନ୍ତରିକରଣ କରିବାର ବ୍ୟବସ୍ଥା ହେଉଛି ବୋଲି ଆଶଙ୍କା ହେଉଛି । ପୂର୍ବ ସୂଚନା ରେ କେହି ଜମି କିଣି ଦେଉଛନ୍ତି ଓ ସୁନା କିଣି ଦେବା ଭଳି ଘଟଣା ବି ଘଟୁଛି । ତେଣୁ ଏ ଦିଗରେ କେନ୍ଦ୍ର ସରକାର ସ୍ପଷ୍ଟ ନୀତି ଆଣିବା ଦରକାର ।

ମୁଁ ମୋ ଦରମାରେ ଚଳେ ଭଡା ଘରେ ଚଳେ । ମୋ ପାଖରେ 2000 ଟଙ୍କିଆ ନୋଟ ନାହିଁ ।

Leave a Reply

Your email address will not be published. Required fields are marked *