LUMEX RESOURCE EOW( ଲୁମେକ୍ସ ଲୁଟ ଉପରେ ନକ୍ଷତ୍ର ନ୍ୟୁଜର ପ୍ରଭାବ)

Spread the love

() ନକ୍ଷତ୍ର ନ୍ୟୁଜର ପ୍ରଭାବ। ଲୁମେକ୍ସ ଲୁଟ୍ ପ୍ରସଙ୍ଗରେ କ୍ରମାଗତ ଖବର ପ୍ରସାରଣ ପରେ ଶେଷରେ ଏହି ବଡ଼ ଧରଣର ଆର୍ଥିକ ହେରଫେର ମାମଲାକୁ ଇଡି ହାତକୁ ନେଇଛି। କମିଶନରେଟ ପୁଲିସର ବିଫଳତା ପଦାରେ ପଡ଼ିବା ଦେଖି ଅଭିଯୋଗକାରୀଙ୍କୁ ତ୍ୱରିତ ନ୍ୟାୟ ଦେବା ସକାଶେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତତ୍ପର ହୋଇଉଠିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଠକ ଦମ୍ପତ୍ତି ରାଜୀବ ଦାସ ଓ ସୋନିଆ ତ୍ରିପାଠୀଙ୍କ ନାଁରେ ମାମଲା ରୁଜୁ କରି ଏବେ ଏମାନଙ୍କୁ ଖୋଜୁଛି ଇଓଡବ୍ଲୁ। ହେଲେ ତଦନ୍ତ ପ୍ରକ୍ରିୟା ଆଗେଇବାକୁ ଆବଶ୍ୟକ ତଥ୍ୟ କମିଶନରେଟ ପୁଲିସଠୁ ଯୋଗାଡ଼ କରିବାକୁ ଯାହା କିଛି ସମୟ ଲାଗିବ। ସେପଟେ ବିଳମ୍ୱରେ ହେଲେ ବି ଇଓଡବ୍ଲୁ ମାମଲା ହାତକୁ ନେଇଥିବାରୁ ନିବେଶକାରୀ ନ୍ୟାୟ ପାଇବେ ବୋଲି ଆଶା ଜାଗି ଉଠିଛି।

ନକ୍ଷତ୍ର ନ୍ୟୁଜର ମହାପ୍ରଭାବ। ବିଳମ୍ୱରେ ହେଲେ ବି ଇଓଡବ୍ଲୁର ଚେତା ପଶିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କଲା। ଅଭିଯୋଗକାରିଙ୍କୁ ନ୍ୟାୟ ଦେବା ସକାଶେ ଇଓଡବ୍ଲୁକୁ ନିର୍ଦେଶ ଆସିଲା। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଶେଷରେ ଲୁମେକ୍ସ ମହାଠକେଇର ମାଷ୍ଟରମାଇଣ୍ଡ ରାଜୀବ ଦାସ ଓ ସୋନିଆ ତ୍ରିପାଠୀଙ୍କୁ ଧରିବାକୁ ନିର୍ଦେଶ ଦେଇଛନ୍ତି। ଠକ ଦମ୍ପତ୍ତିଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦେଶ ଦେଇଛନ୍ତି।

ଲୁମେକ୍ସ ରିସୋର୍ସ ସଂସ୍ଥା ନାଁରେ ସାଢ଼େ ୫ କୋଟି। ବ୍ରାଇଟ ହୋମ୍ସ ଡେକର ସଂସ୍ଥା ନାଁରେ ୫ କୋଟି। ଉଭୟ ସଂସ୍ଥାରେ ନିବେଶକାରୀ ନିଶାରାଣୀ ମହାପାତ୍ର ଓ ପ୍ରଜ୍ଞା ପ୍ରକାଶ ନାୟକଙ୍କଠୁ ଚୂନ ଲଗାଇଥିବା ଠକ ଦମ୍ପତ୍ତିଙ୍କ ମହାଠକେଇକୁ ନେଇ ନକ୍ଷତ୍ର ନ୍ୟୁଜର ଘନ ଘନ ପ୍ରସାରଣ ପରେ ଏହାକୁ ନେଇ ବିଧାନସଭାରେ ବିରୋଧୀ ସ୍ୱର ଉତ୍ତୋଳନ କରିଥିଲେ। କାହିଁକି କମିଶନରେଟ ପୁଲିସ ମାମଲାକୁ ଚାପି ବସିଛି। କୋର୍ଟଙ୍କ ନିର୍ଦେଶକୁ ଅନୁପାଳନ କରିବାକୁ ପଛାଉଛି। ଏହି ମାମଲାକୁ ଅଧିକ ଜଟିଳ କରିଦେଇଥିଲା ଯେତେବେଳେ ଅଭିଯୋଗକାରିଣୀ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିବା ଅଭିଯୋଗପତ୍ରରେ ଅଭିଯୁକ୍ତଙ୍କ ସମ୍ପର୍କୀୟ ଅତିରିକ୍ତ ସିପି ଉମାଶଙ୍କର ଦାସଙ୍କ ନାଁ ଉଲ୍ଲେଖ କରିଥିଲେ। ଆଉ ପ୍ରାୟ ୧୦ କୋଟି ଟଙ୍କା ଠକେଇ ହୋଇଥିଲେ ସୁଦ୍ଧା କାହିଁକି ଇଓଡବ୍ଲୁ ଏହାକୁ ହାତକୁ ନେଉନି ବୋଲି ବିଧାନସଭାରେ ବିରୋଧୀ ସରକାରଙ୍କୁ ଉତ୍ତର ମାଗିଥିଲେ। ଆଉ ଶେଷରେ ଇଓଡବ୍ଲୁ ଏହି ମାମଲା ହାତକୁ ନେଇଛି। ତେବେ ତଦନ୍ତ ଲାଗି କମିଶନରେଟ ପୁଲିସଠୁ ଆବଶ୍ୟକୀୟ ନଥିପତ୍ର ଯୋଗାଡ଼ କରିବ ଇଓଡବ୍ଲୁ। ତଦନ୍ତର ଅଗ୍ରଗତିକୁ ତର୍ଜମା କରି ଆଗେଇବ ବୋଲି ଇଓଡବ୍ଲୁ ଏସପି ଦିଲ୍ଲୀପ ତ୍ରିପାଠୀ ସୂଚନା ଦେଇଛନ୍ତି। ସେପଟେ ବିରୋଧୀ ଦଳ କହିଛନ୍ତି, ଏମିତିରେ ବହୁ ବିଳମ୍ୱ ହେଲାଣି। ଏଣିକି ତ୍ୱରିତ ନ୍ୟାୟ ଦେଇ ନିବେଶକାରୀଙ୍କୁ ଆଶ୍ୱସ୍ତ କରିବା କଥା ପୁଲିସ। ଶାସକ ଦଳ କହୁଛି, ଧୈର୍ଯ୍ୟ ଧରନ୍ତୁ। ନିଶ୍ଚିତ ଆକ୍ସନ।

ସେପଟେ ବରିଷ୍ଠ ଆଇନଜୀବିଙ୍କ ମତରେ, କମିଶନରେଟ ପୁଲିସ କୋର୍ଟଙ୍କ ନିର୍ଦେଶକୁ ଠିକଣା ଢଙ୍ଗରେ ଅନୁପାଳନ କରିପାରିଲାନି ଏ କଥା ଏକରକମ ସ୍ପଷ୍ଟ। କୋଟି କୋଟି ଟଙ୍କା ଠକେଇ ହୋଇଥିଲେ ସୁଦ୍ଧା ଏହାକୁ କାହିଁକି ଇଓଡବ୍ଲୁକୁ ହସ୍ତାନ୍ତର କରିନଥିଲା। ଦୀର୍ଘ ଦିନ ଧରି ଫାଇଲରେ ତଦନ୍ତ ଚାଲିଥିଲା ନା ବାସ୍ତବରେ ଗ୍ରାଉଣ୍ଡରେ, ତାକୁ ନେଇ ସ୍ପଷ୍ଟତା ଆସୁନଥିଲା। ଏବେ ଇଓଡବ୍ଲୁ ହାତକୁ ନେବା ପରେ ତଦନ୍ତର ମୋଡ଼ କୁଆଡ଼କୁ ମୁହାଁଉଛି, ଦେଖିବାର କଥା। ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ମତରେ, ପୁଲିସ ପାରଦର୍ଶିତାର ସହ ଏଭଳି ପରିସ୍ଥିତିରେ ତଦନ୍ତକୁ ଅଗ୍ରାଧିକାର ଦେଇ ଆଗେଇଯିବା କଥା।

ବଡ଼ ଧରଣର ଆର୍ଥିକ ଠକେଇ। ସବୁ ନେଣଦେଣ ଅନଲାଇନରେ। ଖୋଲା ପୃଷ୍ଠା ଭଳି ଏହି ଠକେଇ ଜଳଜଳ କରି ଦିଶୁଛି। ଏବେ ଇଓଡବ୍ଲୁ ଏହି ମାମଲାକୁ ହାତକୁ ନେବା ପରେ ନିବେଶକାରୀ ତ୍ୱରିତ ନ୍ୟାୟ ପାଇବେ ବୋଲି ପୁଣି ଆଶା ସଞ୍ଚାର ହୋଇଛି।

ବ୍ୟୁରୋ ରିପୋର୍ଟ ନକ୍ଷତ୍ର ନ୍ୟୁଜ

Leave a Reply

Your email address will not be published. Required fields are marked *