ଯୁଦ୍ଧ ପରେ ହାତ ପାତିଲା ପାକିସ୍ତାନ

ହାତ ପତାଇଲା ପାକିସ୍ତାନ। ଦୁଇଟା ଦିନରେ ଭାଙ୍ଗିଗଲା ପାକିସ୍ତାନର ଟାଣପଣ। ଭାରତ ସହ ଯୁଦ୍ଧ କରିବାକୁ ଆଉ ନାହିଁ ଅଣ୍ଟିରେ ଧନ। ସେଥିଲାଗି ବିଭିନ୍ନ ଦେଶରୁ ଋଣ ମାଗିଲାଣି। ଏକପ୍ରକାର କାଙ୍ଗାଳ ହୋଇଗଲାଣି ପାକିସ୍ତାନ। ପାକ୍ ପ୍ରଧାନମନ୍ତ୍ରୀ ସେହେଓ୍ୱାଜ୍ ସରିଫ୍ ଆର୍ଥିକ ସହଯୋଗ ପାଇଁ ଚୀନରୁ ନେଇ ଆଇଏମଏଫ ଯାଏ ଗୁହାରି କଲେଣି। ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ବା ଆଇଏମଏଫର କାର୍ଯ୍ୟକାରୀ ବୋର୍ଡ ଏହା ଉପରେ ନିଷ୍ପତ୍ତି ନେବ। ଆଇଏମଏଫରୁ ପାକିସ୍ତାନ ୧.୩ ଅରବ ଡଲାର ଅର୍ଥାତ୍ ୩୬ହଜାର ୫୫୦ କୋଟି ଟଙ୍କା ସହାୟତା ମାଗିଛି। ଭାରତ ପାକିସ୍ତାନର ଏଭଳି ଆର୍ଥିକ ସହଯୋଗକୁ ସବୁବେଳେ ବିରୋଧ କରି ଆସିଛି। ଭାରତର କହିବା କଥା, ପାକିସ୍ତାନ ଆଇଏମଏଫ ପାଣ୍ଠିକୁ ଆତଙ୍କବାଦକୁ ପ୍ରୋତ୍ସାହନ କାମରେ ଲଗାଉଛି। ଆଇଏମଏଫର ବୈଠକ ଶୁକ୍ରବାର ବସିବାର ଦିନକ ଆଗରୁ ଭାରତ ଏଭଳି ସଙ୍କେତ ଦେଇଥିଲା। ବିଦେଶ ସଚିବ ବିକ୍ରମ ମିସ୍ତ୍ରୀ କହିଥିଲେ, ପାକିସ୍ତାନକୁ ଏହି ସମୟରେ ଅଧିକ ବିତ୍ତୀୟ ସହାୟତା ଦେଲେ ଏହା କେଉଁ କାମରେ ଲାଗିବ, ତାହାର ସମୀକ୍ଷା ଜରୁରୀ। କୂଟନୈତିକସ୍ତରରେ ନିଜର ମଝଭୁତି ଦର୍ଶାଇବାକୁ ଗୁରୁବାର ବିଳମ୍ୱିତ ରାତିରେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଆମେରିକା, ଫ୍ରାନ୍ସ, ଜାପାନ ଓ ଅନ୍ୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଜୟଶଙ୍କର ବି ଆଶାବ୍ୟକ୍ତ କରିଥିଲେ, ଅନ୍ତରାଷ୍ଟ୍ରୀୟ ସମୁଦାୟ ଏହି ଲଢ଼େଇରେ ସ୍ପଷ୍ଟ ଭାବେ ଭାରତ ସହ ଛିଡ଼ା ହୁଅନ୍ତୁ। ପାକିସ୍ତାନରେ ହାହାକାର ପରିସ୍ଥିତି ସୃଷ୍ଟି ହେଲାଣି। ଅନେକ ବଡ଼ ବଡ଼ ସହରରେ ଏମର୍ଜେନ୍ସି ସ୍ଥିତି ସୃଷ୍ଟି ହୋଇଛି। ପୁରା ଦେଶରେ ଲକଡାଉନ ଭଳି ଅବସ୍ଥା। ବେକାରୀ, ମୁଦ୍ରାସ୍ଫୀତିରେ ଜୁଝୁଛି ପାକିସ୍ତାନ। ଆଉ ଋଣ ଲାଗି ବିକଳ ଥିବା ପାକିସ୍ତାନର ସତ ସାମ୍ନାକୁ ଆସିବା ପରେ ଏହା ଫେକ୍  ଓ ହ୍ୟାକ୍ ହୋଇଥିବା ବୋଲି ଦର୍ଶାଇ ଘଣ୍ଟ ଘୋଡ଼ାଇବାକୁ ଚାହୁଁଥିଲା। ସେପଟେ ଓ୍ୱାର୍ଲଡ ବ୍ୟାଙ୍କର ଏକଜିକ୍ୟୁଟିଭ ନିର୍ଦେଶକ ପାକିସ୍ତାନର ଅନୁରୋଧ ଉପରେ ନିଷ୍ପତ୍ତି ନେବେ। କ୍ଲାଇମେଟ୍ ରେଜିଲିଏନ୍ସ ଲୋନ୍ ପ୍ରୋଗ୍ରାମ ଆଧାରରେ ଆଇଏମଏଫରୁ ପାକିସ୍ତାନକୁ ୧୧ହଜାର କୋଟି ଟଙ୍କାର କରଜ ମିଳିବାର ଅଛି। ଏହାର ରିଭ୍ୟୁ ଲାଗି ଦାବି ହୋଇଛି। ଏହା ବ୍ୟତୀତ ଏକ୍ସଡେଣ୍ଡେଡ୍ ଫଣ୍ଡ୍ ଫ୍ୟାସିଲିଟି ପ୍ରୋଗ୍ରାମ ଜରିଆରେ ପାକିସ୍ତାନକୁ ଦିଆଯାଉଥିବା ବେଲଆଉଟ୍ ପ୍ୟାକେଜର ବି ରିଭ୍ୟୁ ହେବ। ଏହାର ପ୍ରଥମ କିସ୍ତି ପୂର୍ବରୁ ହିଁ ପାକିସ୍ତାନକୁ ଦିଆସରିଛି। ଏବେ ବାକି ୬ ବିଲିୟନ ଡଲାର ଯାହା ଦିଆଯିବ, ତାହା ୩୭ ମାସରେ ଦିଆଯିବ। ବେଲଆଉଟ୍ ପ୍ରୋଗ୍ରାମ ଜରିଆରେ ଆଇଏମଏଫ ବା ବ୍ୟାଙ୍କ୍ କୌଣସି ଦେଶର ଅର୍ଥନୀତି ବୁଡ଼ୁଥିଲା ବେଳେ ଏଥିରୁ ଉଦ୍ଧାର ହେବାକୁ ଋଣ ଦିଏ। ପାକିସ୍ତାନ ଆଜି ଯାଏଁ ଆଇଏମଏଫ ଆଗରେ ୨୪ ଥର ଋଣ ପାଇଁ ଗୁହାରି କରିଛି। ଆଉ ଆଇଏମଏଫ ସମେତ ଅନ୍ୟ ଏଜେନ୍ସି ଯିଏ ପାକିସ୍ତାନକୁ ଫଣ୍ଡିଂ ବା ଋଣ ଦେଉଛି, ସେମାନେ ଗହୀରତାର ସହ ଭାବିବା ଆଉ ଏହାକୁ ଗ୍ରେ ଲିଷ୍ଟରେ ପକାଇବାକୁ ଆଶା ରଖିଛନ୍ତି ଭାରତ ସରକାର। ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ସଞ୍ଜୟ ବାଙ୍ଗା ବି ପ୍ରଧାନମନ୍ତ୍ରୀ ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଗୁରୁବାର ଭେଟିଥିଲେ। ଆଉ ସିନ୍ଧୁଜଳ ଚୁକ୍ତି ବାବଦରେ ଏଜେନ୍ସି ହସ୍ତକ୍ଷେପ କରିବନି ବୋଲି ସ୍ପଷ୍ଟ କରିଦେଇଛନ୍ତି ବାଙ୍ଗା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *