ଆଳୁ ଦର କୁ ନେଇ ଚିନ୍ତାରେ ଖାଉଟି

ବଜାରରେ ଏବେ ଆଳୁ ଦର ଉଚ୍ଚାରେ । ଯାହାକି ଖାଉଟି ମାନଙ୍କର ଚିନ୍ତାର କାରଣ ପାଲଟିଛି । ଯେଉଁଠି ଦେଖିବ କିଲୋ ପିଛା ୫୦ରୁ ୬୦ ।ଆଗରୁ ଆଳୁ ଦର ୩୦ ଥିବାବେଳେ ଏବେ ଏହା ଚଢାଦରରେ ବିକ୍ରୟ ହେଉଛି । ରୋଷେଇ ଘରେ ଆଳୁ ଏବେ ଉଭାନ୍ । ଖୁଚୁରା ବ୍ୟବସାୟୀଙ୍କ କହିବା ଅନୁୟାୟୀ, ଆଳୁ ଯୋଗାଣ କମିଥିବାବେଳେ ଏବେ ବସ୍ତାରେ ବି କମ୍ ଆଳୁ ଯୋଗାଣ ହେଉଛି ।ପୂର୍ବରୁ ବସ୍ତାରେ ୫୦କେଜି ଆଳୁ ରହୁଥିବାବେଳେ ଏବେ ୪୨ କେଜି ଆଳୁ ଆସୁଛି ।  ପଶ୍ଚିମବଙ୍ଗ ସରକାର ଆଳୁ ଗାଡି ଅଟକାଇବା ପରେ ଏବେ ଓଡ଼ିଶା ସରକାରଙ୍କୁ ଆଳୁ ଚିନ୍ତା ଘାରିଛି ।ତେବେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ୟୁପି ରୁ ଆସିବ ଆଳୁ ,ଫଳରେ ଆଳୁ ର ଅଭାବ ରହିବନି । ମନ୍ତ୍ରୀ ମଧ୍ୟ ପଞ୍ଜାବ ସରକାର ଙ୍କ ସହ ଯୋଗାଯୋଗ କରିଛନ୍ତି । ପଶ୍ଚିମ ବଙ୍ଗ ସରକାର ମମତା ଦିଦିଙ୍କ ଏହି ମନମୁଖୀ ଆଳୁ ରୋକ୍ କୁ  ଖାଯ୍ୟ ଯୋଗାଣ ସରକାର କଡ଼ା ଜବାବ ଦେଇଛନ୍ତି । ଏବଂ କହିଛନ୍ତି ଆମେ ମାଗିଖିଆ ନୁହଁନ୍ତି।ଆଜି ୟୁପି ରୁ ୩୦୦ଟ୍ରକ୍ ଆଳୁ କଟକ,ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ପହଞ୍ଚିଛି । ହେଲେ ବଜାରରୁ ଏଯାଏଁ ବି ଦର ଖସିନି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *