() ୨୦୨୩-୨୪ ଆର୍ଥୀକ ବର୍ଷର ବଜେଟ ଉପସ୍ଥାପନ ପୂର୍ବରୁ ବସିଛି ପ୍ରସ୍ତୁତି ବୈଠକ । ଅର୍ଥମନ୍ତ୍ରୀ, ପୂର୍ବତନ ଅର୍ଥମନ୍ତ୍ରୀ, ଆର ବି ଆଇର ଅଧିକାରୀଓ ରାଜ୍ୟର ଅର୍ଥନୀତିଜ୍ଞ ରାଜ୍ୟ ପାଇଁ ଆଗାମୀ ଆୟବ୍ୟୟର ହିସାବ କିତାବ ବେଳେ କେଉଁ କଥାକୁ ଗୁରୁତ୍ୱ ଦିଆଯିବା ଉଚିତ ତାର ପ୍ରସ୍ତାବ ଦେଇଛନ୍ତି । ବିଶେଷ କରି କୃଷି ଓ ଆନୁସଙ୍ଗିକ କ୍ଷେତ୍ର,ସାମାଜିକ ସୁରକ୍ଷା ଯୋଜନା ଓ ଏମଏସଏମଇ କ୍ଷେତ୍ରରେ ବଜେଟରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଆଲୋଚନା ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।
ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରି ବଜେଟ ବୈଠକ। ଆସିପାରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ । ବଜେଟରେ ମହିଳା ଓ ବୟସ୍କଙ୍କୁ ମିଳିପାରେ ଅଧିକ ଗୁରୁତ୍ୱ। ସାଧାରଣ ବଜେଟ ଉପସ୍ଥାପନ ପରେ ପରେ ଆସିବ ରାଜ୍ୟ ବଜେଟ । କେନ୍ଦ୍ରର ଅଂଶଧନ ଦେଖି ରାଜ୍ୟ ବଜେଟର ରୁପରେଖ ପ୍ରସ୍ତୁତ ହେବ । କିନ୍ତୁ ତା ପୂର୍ବରୁ ଆର୍ଥୀକ ଆୟବ୍ୟୟ ଅଟକଳରେ କେଉଁ କ୍ଷେତ୍ରକୁ ମିଳିବ ପ୍ରାଥମିକତା ତାର ହିସାବକିତାବ ପାଇଁ ରାଜ୍ୟ ସରାକରଙ୍କ ଅର୍ଥ ବିଭାଗ ତରଫରୁ ବସିଛି ପ୍ରି ବଜେଟ ପରାମର୍ଶ ବୈଠକ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବଜେଟରେ ଅର୍ଥନୀତିକୁ କମ୍ ରାଜନୀତିକୁ ଅଧିକ ଗୁରୁତ୍ୱ ଦେଇ ଲୋକାଭିମୂଖୀ ବଜେଟ ଉପସ୍ଥାପନ ହୋଇପାରେ ବୋଲି ଆକଳନ କରାଯାଉଛି । ମହିଳା ଓ ବୟସ୍କଙ୍କୁ ଦୃଷ୍ଟିରେ ରଖି ନୂଆ ସ୍କିମ ବା ଅଧିକ ବ୍ୟୟବରାଦକୁ ଗୁରୁତ୍ୱ ଦେବାକୁ ବିଚାର ହୋଇଛି । ଏହାସହ ସାମାଜିକ ସୁରକ୍ଷା, କୃଷି, ଏମଏସଏମଇ କ୍ଷେତ୍ରକୁ ଅଧିକ ଫୋକସ କରାଯିବ ବୋଲି ସଙ୍କେତ ମିଳିଛି ।
ସେପଟେ ବୈଠକରେ ଯୋଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ଓ ଅର୍ଥନିତୀଜ୍ଞମାନେ ନିଜର ମତାମତ ଦେଇଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡେଇ କହିଛନ୍ତି ଏଥର ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତାକୁ ୫୦୦ରୁ ୧୦୦୦କୁ ବୃଦ୍ଧି ପାଇଁ ଆଲୋଚନା ହୋଇଛି । ଏହାସହ ମିଶନ ଶକ୍ତି , ବେକାରୀ ଦୂରୀକରଣ ଓ କ୍ଷୁଦ୍ରଶିଳ୍ପକୁ ଗୁରୁତ୍ୱ ଦେବାକୁ ଆଲୋଚନା ହୋଇଛି । ଏହାସହ ପର୍ଯ୍ୟଟନ କ୍ଷେତ୍ରକୁ ବଜେଟରେ ଗୁରୁତ୍ୱ ଦେବାକୁ ଆଲୋଚନା ହୋଇଛି । ସବୁଠାରୁ ବଡକଥା ହେଲେ ଗ୍ରାମାଞ୍ଚଳ ପର୍ଯ୍ୟଟନ ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା ହୋଇଛି ।
ତେବେ ଗତ ୨୨-୨୩ ଆର୍ଥିକ ବର୍ଷ ବଜେଟରେ ୨ଲକ୍ଷ କୋଟିରୁ ଅଧିକ ବ୍ୟୟବରାଦ ହୋଇଥିଲା । ହେଲେ ବିଭିନ୍ନ ବିଭାଗ ନିଜର ୬୦ ପ୍ରତିଶତ ଅର୍ଥ ମଧ୍ୟ ଖର୍ଚ୍ଚ କରି ପାରିନାହାନ୍ତି । ଫଳରେ ଲକ୍ଷ ଲକ୍ଷ କୋଟି ଟଙ୍କାର ବଜେଟ ହେଉଛି ସତ କିନ୍ତୁ ତାର କାର୍ଯ୍ୟକାରିତାକୁ ନେଇ ସନ୍ଦେହ ଦେଖାଦେଉଛି।
ନବ କିଶୋର ସାହୁଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now