ବେସରକାରୀ ଚାକିରିଆ ପାଇବେ ପେନସନ

Spread the love

ନୂଆଦିଲ୍ଲୀ: ଯଦି ଆପଣ ବେସରକାରୀ କମ୍ପାନୀରେ ଚାକିରି କରୁଛନ୍ତି ତେବେ ଏ ଖବର ଟି ଆପଣଙ୍କ ପାଇଁ । ଏବେ ଆପଣବି ପାଇପାରିବେ ଚାକିରି ପରେ ପେନସନ । ଯଦି ଆପଣ ପ୍ରାଇଭେଟ କମ୍ପାନୀରେ 10 ବର୍ଷ କାମ କରି ନିଜ ସେବା ସଂପୂର୍ଣ୍ଣ କରିଛନ୍ତି ତେବେ ଆପଣ ଏହାର ଲାଭ ଉଠାଇ ପାରିବେ । ଇପିଏଫଓ ର ନିୟମ ଅନୁଯାୟୀ ଯଦି ଜଣେ କର୍ମଚାରୀ କମ୍ପାନୀରେ 10 ବର୍ଷ ନିଜ ସେବା ପ୍ରଦାନ କରିଛନ୍ତି ତେବେ ସେ ପେନସନ ପାଇ ପାରିବେ । କିନ୍ତୁ ଯେଉଁ କର୍ମଚାରୀ ଏହାର ସର୍ତ୍ତାବଳୀ ପୂରଣ କରିଛନ୍ତି ସେମାନେ ହିଁ ପାଇବେ ଏହାର ସଂପୂର୍ଣ୍ଣ ସୁବିଧା ।

ପ୍ରାଇଭେଟ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ଖାତାକୁ ପ୍ରତି ମାସରେ ପିଏଫ ଟଙ୍କା ଜମା ହୋଇଥାଏ । ଏହାର ନିୟମ ଅନୁଯାୟୀ କର୍ମଚାରୀ ଦରମାର 12 ପ୍ରତିଶତ ଓ ଡିଏ ଟଙ୍କା ପ୍ରତିମାସରେ ପିଏଫ ଆକଉଣ୍ଟରେ ଜମା ହୋଇଥାଏ । କମ୍ପାନୀର ଅନ୍ୟ ଏକ ସ୍କିମ ଇପି ଏସ ତରଫରୁ କର୍ମଚାରୀଙ୍କ ଖାତାକୁ 8.33 ପ୍ରତିଶତ ମଧ୍ୟ ଯାଇଥାଏ ଏବଂ ପ୍ରତିମାସରେ ଇପି ଏଫ ବାବଦକୁ 3.67 ପ୍ରତିଶତ ଯାଇଥାଏ । 

ତେବେ ଏସବୁ ସୁବିଧା ପାଉଥିବା କର୍ମଚାରୀ ମାନେ ଏହି ସୁବିଧାର ଲାଭ ଉଠାଇ ପାରିବେ । ତେବେ ଚାକିରି କାଳ ମଧ୍ୟରେ କର୍ମଚାରୀ ଇ ପି ଏଫ ଆକାଉଣ୍ଟର ୟୁ ଏ ଏନ ନମ୍ବରକୁ ପରିବର୍ତ୍ତନ କରିବାକୁ ପଡିନଥାଏ । 10 ବର୍ଷର ସେବା ଅବଧି ପାଇଁ କେବଳ ଗୋଟିଏ ୟୁ ଏ ଏନ ନମ୍ବର ରଖିବାକୁ ପଡିଥାଏ । ତେବେ କର୍ମଚାରୀ ମାନେ ଏହି ନୂତନ ସୁବିଧାର ଲାଭ ଉଠାଇବା ପାଇଁ ଇ ପି ଏଫ ର ଏହି ନିୟମାବଳୀ ଅନୁସାରେ ଆବେଦନ କରିବାକୁ ପଡିବ ।

Leave a Reply

Your email address will not be published. Required fields are marked *