ରେପୋ ରେଟ .୨୫% ବୃଦ୍ଧିକଲା ଆରବିଆଇ

Spread the love

ନୂଆଦିଲ୍ଲୀ: ପୁଣି ବଢ଼ିଲା ରେପୋ ରେଟ୍‌। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଆରବିଆଇ ୨୫ ବେସିସ୍‌ ପଏଣ୍ଟ ତଥା ୦.୨୫ ପ୍ରତିଶତ ରେପୋ ରେଟ୍‌ରେ ବୃଦ୍ଧି କରିଛି। ଏଆର୍‌ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ଏବେ ରେପୋ ରେଟରେ ବୃଦ୍ଧି ଘଟିବାରୁ ସାଧାରଣ ଜନତାଙ୍କ ପାଇଁ ସବୁ ପ୍ରକାର ଋଣ ମହଙ୍ଗା ହେବ।

ଗୋଟିଏ ପଟେ ଦେଶରେ ମୁଦ୍ରାସ୍ଫୀତି ହାର ହ୍ରାସ ପାଇଚାଲିଛି। ଅନ୍ୟପଟେ ଷଷ୍ଠଥର ପାଇଁ ଆରବିଆଇ ରେପୋ ରେଟ ବୃଦ୍ଧି କରିଛି। ଏହି ବୃଦ୍ଧି ପରେ ଏବେ ରେପୋ ରେଟ୍‌ ୬.୨୫% ରୁ ବୃଦ୍ଧିପାଇ ୬.୫୦%ରେ ପହଞ୍ଚିଛି। ଏହାର ଅର୍ଥ ଘର ଠାରୁ ଆରମ୍ଭ କରି ଅଟୋ ଏବଂ ବ୍ୟକ୍ତିଗତ ଋଣ ସବୁ ମହଙ୍ଗା ହେବ। ଋଣ ଉପରେ ଅଧିକ EMI ଦେବାକୁ ପଡିବ। ଆଜି ଆରବିଆଇ ଏମପିସିର ବୈଠକ ହୋଇଥିଲା। ବୈଠକରେ ଆର୍‌ବିଆଇ ଗଭର୍ଣ୍ଣର ଏହି ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ୨୦୨୨ ଡିସେମ୍ବର ମାସର ଏମ୍‌ପିସି ବୈଠକରେ ରେପୋ ରେଟ୍‌କୁ ୫.୯୦%ରୁ ୬.୨୫%କୁ ବୃଦ୍ଧି କରାଯାଇଥିଲା। ସେହିପରି ସେପ୍ଟେମ୍ବର ୨୦୨୨ରେ ୫୦ ବେସିସ୍‌ ପଏଣ୍ଟ, ଅଗଷ୍ଟ ୨୦୦୨ରେ ୫୦ ବେସିସ୍‌ ପଏଣ୍ଟ ଜୁନ୍‌ରେ ୫୦. ଓ ମେ’ ମାସରେ ୪୦ ବେସିସ୍‌ ପଏଣ୍ଟ ବୃଦ୍ଧି କରାଯାଇଥିଲା।

Leave a Reply

Your email address will not be published. Required fields are marked *